ଏଫଆଇଏଚ ପୁରୁଷ ପ୍ରୋ ଲିଗ୍ ହକି : ନେଦରଲ୍ୟାଣ୍ଡସକୁ ହରାଇ ଭାରତର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର – କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ପୁରୁଷ ପ୍ରୋ ଲିଗ୍ ହକିରେ ଆଜି ଖେଳାଯାଇଥିବା ଏକ ମ୍ୟାଚରେ ଭାରତ, ଶକ୍ତିଶାଳୀ ନେଦରଲ୍ୟାଣ୍ଡସକୁ ହରାଇ ଲଗାତର ଦ୍ୱିତୀୟ ବିଜୟ ହାସଲ କରିଛି। ଭାରତ ସୁଟଆଉଟରେ ନେଦରଲ୍ୟାଣ୍ଡସକୁ ୪-୨ ଗୋଲରେ ପରାସ୍ତ କରିଛି । ନିର୍ଦ୍ଧାରିତ ସମୟର ଖେଳରେ ସ୍କୋର ୨-୨ ଗୋଲରେ ସୀମିତ ରହିଥିଲା । ଆଜିର ମ୍ୟାଚରେ ଭାରତ ପକ୍ଷରୁ ପ୍ରଥମ ଗୋଲ୍ ସ୍କୋର ହୋଇଥିଲା । ମ୍ୟାଚର ୧୩ତମ ମିନିଟରେ ହାର୍ଦ୍ଦିକ ସିଂହ ଗୋଲ୍ ସ୍କୋର କରି ଭାରତକୁ ଆଗୁଆ କରିଥିଲେ । କିନ୍ତୁ ମ୍ୟାଚର ୩୦ତମ ମିନିଟରେ ନେଦରଲ୍ୟାଣ୍ଡସର ଜାନସେନ ଜିପ୍ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍କୋରକୁ ସମାନ ସ୍ତରକୁ ନେଇ ଆସିଥିଲେ । ଏହାପରେ ପ୍ରତିପକ୍ଷ ଦଳ ମ୍ୟାଚର ୩୯ ତମ ମିନିଟରେ ଆଉ ଗୋଟିଏ ଗୋଲ୍ ଦେଇ ୨-୧ରେ ଆଗୁଆ ରହିଥିଲା। ବିଜେନ କୋଏନ ସିଂ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ। କିନ୍ତୁ ୫୮ତମ ମିନିଟରେ ଅଧିନାୟକ ହରମନପ୍ରୀତ ସିଂହ ପେନାଲଟି କର୍ଣ୍ଣରରୁ ଗୋଲ୍ ଦେଇ ସ୍ଥିତିକୁ ୨-୨ କୁ ନେଇ ଆସିଥିଲେ । ନିର୍ଦ୍ଧାରିତ ସମୟର ଖେଳ ୨-୨ ଗୋଲରେ ରହିବାରୁ ସୁଟ ଆଉଟର ସହାୟତା ନିଆଯାଇଥିଲା।

Comments are closed.