ଆଜିଠାରୁ ୫ଟି ଜିଲ୍ଲାରେ ଗଡିବ ‘ଲକ୍ଷ୍ମୀ’ ବସ୍, ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

ଭୁବନେଶ୍ୱର – ଆଜି ୫ ଜିଲ୍ଲାରେ ଆରମ୍ଭ ହେବ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ସେବା । ବରଗଡ, ବଲାଙ୍ଗୀର, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ‘ଲକ୍ଷ୍ମୀ’ ଯୋଜନାରେ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଲୋକଙ୍କ ସୁଗମ ଓ ସୁଲଭ ଯାତାୟତ ପାଇଁ ଗତବର୍ଷ ରାଜ୍ୟ ସରକାର ‘ଲକ୍ଷ୍ମୀ’ ( ଲୋକେସନ ଆକସେସିବଲ୍ ମଲ୍ଟି ମୋଡାଲ୍ ଇନିସିଏଟିଭ ସ୍କିମ୍ ) ଯୋଜନା କାର୍ଯ୍ୟକାରୀ କରିଥିଲେ । ପ୍ରଥମେ ମାଲକାନଗିରିରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ପରେ କୋରାପୁଟ ଜିଲ୍ଲାରେ ଏହି ବସ ସେବା ଆରମ୍ଭ ହୋଇଥିଲା । ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଏହି ବସ୍ ସେବା ଆରମ୍ଭ ହୋଇଛି। ଆସନ୍ତା ୨୧ ତାରିଖ ସୁଦ୍ଧା ସମସ୍ତ ଜିଲ୍ଲାକୁ ଲକ୍ଷ୍ମୀ ବସ୍ ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

Comments are closed.