କୃଷକ ଆନ୍ଦୋଳନ: ବୱାନା ଷ୍ଟାଡିୟମକୁ ଅସ୍ଥାୟୀ ଜେଲ୍ କରିବା ପାଇଁ କେନ୍ଦ୍ରର ପ୍ରସ୍ତାବକୁ ଖାରଜ କଲେ କେଜ୍ରିୱାଲ ସରକାର 

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଦୃଷ୍ଟିରୁ ଦିଲ୍ଲୀର ବୱାନା ଷ୍ଟାଡିୟମକୁ ଅସ୍ଥାୟୀ ଜେଲ୍ କରିବା ପାଇଁ ଦିଲ୍ଲୀ ପୋଲିସର ପ୍ରସ୍ତାବକୁ କେଜ୍ରିୱାଲ ସରକାର ଖାରଜ କରିଛନ୍ତି। ଦିଲ୍ଲୀ ସରକାର କହିଛନ୍ତିି ଚାଷୀଙ୍କ ଦାବି ଯଥାର୍ଥ । ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରିବା ପ୍ରତ୍ୟେକ ନାଗରିକଙ୍କ ସାମ୍ବିଧାନିକ ଅଧିକାର। କୃଷକମାନେ ଏହି ଦେଶର ଅନ୍ନଦାତା ।

ସେମାନଙ୍କୁ ଜେଲରେ ରଖିବା ଠିକ୍ ନୁହେଁ | ତେଣୁ ବାୱାନା ଷ୍ଟାଡିୟମକୁ ଜେଲରେ ପରିଣତ କରିବାକୁ ଦିଆଯିବ ନାହିଁ ବୋଲି କେଜ୍ରିୱାଲ ସରକାର କହିଛନ୍ତିି।

ଏମ୍ଏସପି ର ଆଇନଗତ ଗ୍ୟାରେଣ୍ଟି ସହ ଅନ୍ୟ ଦାବି ନେଇ ମଙ୍ଗଳବାର କୃଷକଙ୍କ ‘ଦିଲ୍ଲୀ ଚାଲୋ’ ପଦଯାତ୍ରା ଆରମ୍ଭ ହୋଇଛି। ଏଥିଯୋଗୁଁ ଜାତୀୟ ରାଜଧାନୀରେ ପ୍ରବଳ ଟ୍ରାଫିକ ଜାମ ହୋଇଛି। ଜାତୀୟ ରାଜପଥ-୪୮ରେ ଲମ୍ବା ଦେଖିବାକୁ ମିଳିଛି | ଗୁରୁଗ୍ରାମର ରାଜୀବ ଛକ ଠାରୁ ଆମ୍ବିଏନ୍ସ ମଲ୍ ଦିଲ୍ଲୀ ସୀମା ପର୍ଯ୍ୟନ୍ତ ମଧ୍ୟ ଲମ୍ବା ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଛି ।

Comments are closed.