ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ବକୁ ସମର୍ଥନ କରିବ ବିଜେଡି

ଭୁବନେଶ୍ୱର – ଓଡ଼ିଶାରୁ ପୁଣି ରାଜ୍ୟସଭା ପ୍ରାର୍ଥୀ ହୋଇଥିବା କେନ୍ଦ୍ର ରେଳ, ଦୂରସଂଚାର, ଯୋଗାଯୋଗ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବ । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ରେଳବାଇ ଓ ଦୂରସଂଚାର କ୍ଷେତ୍ରରେ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ବକୁ ବିଜେଡି ସମର୍ଥନ କରିବ ବୋଲି ଏକ ପ୍ରେସ ବିବୃତି ଜରିଆରେ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.