ପବିତ୍ର ଶ୍ରୀପଞ୍ଚମୀରେ ପୁରୀରେ ପାରମ୍ପରିକ ରଥକାଠ ଅନୁକୂଳ ପୂଜା ଅନୁଷ୍ଠିତ

ପୁରୀ – ପବିତ୍ର ଶ୍ରୀପଞ୍ଚମୀରେ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ପୂଜା କରାଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ବଡ଼ଦାଣ୍ଡ ରଥଖଳାରେ ରଥକାଠ ଅନୁକୂଳ ପୂଜା କରାଯାଇଥିଲା । ତିନିଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯାଇଛି। ବ୍ରାହ୍ମଣମାନେ ମା’ ସରସ୍ବତୀଙ୍କୁ ପୂଜାର୍ଚ୍ଚନା କରି ରଥକାଠ ଅନୁକୂଳ କରିଛନ୍ତି।

ରଥଯାତ୍ରା ପାଇଁ ତିନି ରଥ ନିର୍ମାଣ କରିବା ନିମନ୍ତେ ୪୨୬ଟି ଧଉରା, ୩୬୪ଟି ଅସନ, ୭୨ଟି ଫାଶି ଓ ୩ଟି ଶିମିଳି କାଠକୁ ମିଶାଇ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ପଡେ। ଗତବର୍ଷର ୫୩ ଖଣ୍ଡ କାଠ ବଳକା ରହିଛି । ଏଣୁ ଏ ବର୍ଷ ରଥଯାତ୍ରା ପାଇଁ ୮୧୨ଟି ରଥ କାଠ ଆସିବ। ଆବଶ୍ୟକ ସବୁ କାଠ ଆସିବା ପରେ ପରମ୍ପରା ଅନୁସାରେ ରାମନବମୀରେ ରଥକାଠ ଚିରଟ କାମ ଆରମ୍ଭ ହେବ । ଅକ୍ଷୟ ତୃତୀୟାରେ ବଡ଼ଦାଣ୍ଡ ରଥଖଳାରେ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ ।

Comments are closed.