୧୦୮ ଆମ୍ବୁଲାନ୍ସ ଡ୍ରାଇଭର, ଟେକନିସିଆନ, ହେଲପରଙ୍କୁ ମିଳିବ ସ୍ୱତନ୍ତ୍ର ଭତ୍ତା

ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏଣିକି ୧୦୮ ଆମ୍ବୁଲାନ୍ସ ସେବାରେ ନିୟୋଜିତ ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କୁ ସ୍ୱତନ୍ତ୍ର ମାସିକ ଭତ୍ତା ମିଳିବ । ଡ୍ରାଇଭରମାନଙ୍କୁ ମାସିକ ୫ହଜାର ଟଙ୍କା ସ୍ୱତନ୍ତ୍ର ଭତ୍ତା ଦିଆଯିବ । ମେଡିକାଲ ଟେକନସିଆନ ଓ ହେଲପରଙ୍କୁ ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ସେମାନଙ୍କୁ ନିଜର ମୂଳ ଦରମା ସହ ଏହି ବର୍ଦ୍ଧିତ ଭତ୍ତା ଚଳିତ ମାସରୁ ମିଳିବ । ରାଜ୍ୟ ପାଣ୍ଠିରୁ ଆମ୍ବୁଲାନସ ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଭତ୍ତା ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ମଞ୍ଜୁରୀ ଦେଇଛନ୍ତି।

୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଓ ହେଲପରମାନେ ୨୪ ଘଣ୍ଟିଆ କାର୍ଯ୍ୟ କରୁଛନ୍ତି । ମହାମାରୀ ଓ ପ୍ରତିକୂଳ ପରିସ୍ଥିତିରେ ବି ସେମାନେ କଠିନ ପରିଶ୍ରମ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେମାନଙ୍କୁ ସ୍ୱତନ୍ତ୍ର ଭତ୍ତା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ।

Comments are closed.