କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ, ୟୁନିଫର୍ମ କିଣିବା ପାଇଁ ମିଶନ ଶକ୍ତି ମହିଳାଙ୍କୁ ମିଳିବ ସହାୟତା

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୈଠକରେ ନୂଆ-ଓ ସ୍କଲାରସିପ ଯୋଜନାକୁ ମଞ୍ଜୁରୀ ମିଳିଛି। ଏହାଛଡା ବୁଣାକାର ଓ ହସ୍ତଶିଳ୍ପ କାରିଗର ସହାୟତା ଯୋଜନା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି। ମିଶନ ଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦେଇଛି କ୍ୟାବିନେଟ। ମିଶନ ଶକ୍ତି ଏସଏଚଜିର ୭୦ ଲକ୍ଷ ମହିଳାଙ୍କୁ ମିଳିବ ୧ ହଜାର ଟଙ୍କା ଲେଖାଏଁ ସହାୟତା । ଏହି ହଜାରେ ଟଙ୍କାରେ ୟୁନିଫର୍ମ କିଣିବେ ଏସଏଚଜି ମହିଳା । କାର୍ଯ୍ୟନିର୍ବାହୀ ଥିବା ମହିଳାମାନେ ପାଇବେ ଅତିରିକ୍ତ ୨ ହଜାର ପାଇବେ । ୨ ହଜାର ଟଙ୍କାରେ ବ୍ଲେଜର କିଣିବେ ଏସଏଚଜିର ମହିଳା କାର୍ଯ୍ୟନିର୍ବାହୀ । ଏଥିପାଇଁ ୭୨୩ କୋଟି ଟଙ୍କା ମଞ୍ଜୁର କରିଛି କ୍ୟାବିନେଟ ।

Comments are closed.