ଲାଞ୍ଚ ମାମଲାରେ ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ଜେଲ୍ ଦଣ୍ଡାଦେଶ

ସୁନ୍ଦରଗଡ଼ – ଏକ ଲାଞ୍ଚ ମାମଲାରେ ଅଭିଯୁକ୍ତ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ତହସିଲର ଅବସରପ୍ରାପ୍ତ ଅତିରିକ୍ତ ତହସିଲଦାର କପିଳେନ୍ଦ୍ର ନାୟକଙ୍କୁ ସୁନ୍ଦରଗଡ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତିଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ଓ ୩ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି। ଜରିମାନା ଅନାଦେୟ ଅବସରପ୍ରାପ୍ତ ଅତିରିକ୍ତ ତହସିଲଦାରଙ୍କୁ ଅତିରିକ୍ତ ୩ ମାସ ଜେଲ ଦଣ୍ଡା ଭୋଗିବାକୁ ପଡ଼ିବ । ଏଥିସହିତ ତାଙ୍କୁ ଆଉ ଏକ ବର୍ଷ ଜେଲ୍ ଓ ୨ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି । ଦୁଇଟି ଯାକ ଦଣ୍ଡାଦେଶ ଏକା ସମୟରେ ଚାଲିବ । ୨୦୧୬ରେ ଏକ ଜମି ମୁଟେସନ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ ପୂର୍ବତନ ଅତିରିକ୍ତ ତହସିଲଦାର। ଏବେ ସେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କର ପେନସନ ବନ୍ଦ ପାଇଁ ଆବେଦନ କରିବ ଭିଜିଲାନ୍ସ।

Comments are closed.