ବରଗଡ଼ବାସୀଙ୍କ ହେବ ସ୍ୱପ୍ନ ପୂରଣ: ଆଜି ବରଗଡ଼ ଅର୍ବାନ୍‌ ସିଏଚ୍‌ସି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବରଗଡ଼: ବରଗଡ଼ବାସୀଙ୍କ ବହୁଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି । ସହରବାସୀଙ୍କ ଦାବିକୁ ରାଜ୍ୟ ସରକାର ସମ୍ମାନ ଜଣାଇ ପୁରୁଣା ଡିଏଚ୍ଏଚକୁ ଅର୍ବାନ୍ ଡାକ୍ତରଖାନାରେ ରୂପାନ୍ତରିତ କରିଛନ୍ତି । ଏହାକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିବେ ।

ଲୋକଙ୍କ ଦାବି ଅନୁଯାୟୀ ଯେଭଳି ଡାକ୍ତରଖାନାର କାୟା ପରିବର୍ତ୍ତନ କରାଗଲା । ସେହିପରି ସବୁ ସମୟରେ ଉପଯୁକ୍ତ ଡାକ୍ତର , କର୍ମଚାରୀ , ଯନ୍ତ୍ରପାତି ସାଙ୍ଗକୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ଏହି ଅବସରରେ ସହରବାସୀ ସରକାରଙ୍କୁ ଗୁହାରି କରିଛନ୍ତି । ଏହି ଡାକ୍ତରଖାନା ଉଦ୍‌ଘାଟନ ପରେ ଖାଲି ପଦବି ମଧ୍ୟ ସରକାର ଶୀଘ୍ର ପୂରଣ କରିବେ ବୋଲି ଲୋକେ ଆଶାବ୍ୟକ୍ତ କରିଛନ୍ତି । ସହର ଭିତରେ ଥ‌ିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ( ଡିଏଚ୍ଏଚ୍ ) ୨୦୨୦ରେ ଖେଦାପାଲିକୁ ସ୍ଥାନାନ୍ତରିତ ହେବା ପରେ ବରଗଡ଼ବାସୀଙ୍କ ଦାବି ଓ ଆନ୍ଦୋଳନ ପରେ ସରକାର ପୁରୁଣା ଡିଏଚ୍ଚକୁ ଅର୍ବାନ ସିଏମ୍‌ସି ଭାବେ ଘୋଷଣା କରିଥିଲେ । ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଅନୁରୋଧକ୍ରମେ ମୋ ହସ୍ତପିଟାଲ ଯୋଜନାରେ ଏହାକୁ ସାମିଲ କରାଯାଇ ୫ଟି ଅଧୀନରେ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ଏହାର ରୂପାନ୍ତରଣ କରାଯାଇଥିଲା ।

Comments are closed.