ମାନସିକ ଅବସାଦରେ ଜୀବନ ହରିଲା ପୁଅ

ବଲାଙ୍ଗିର: ମା’ର ମୃତ୍ୟୁକୁ ସହିପାରିଲାନି ନାବାଳକ ପୁଅ । ଜୀବନ ହାରିଦେଲା । ଜଣେ କିଶୋର ତଥା ନାବାଳକ ନିଜ ମାଙ୍କ ମୃତ୍ୟୁ ପରେ ଅବସାଦରୁ ଆତ୍ମହତ୍ୟା କରିଛନ୍ତି । ବଲାଙ୍ଗୀର ବେଲପଡା ଥାନା ଅଂଚଳର ଏପରି ଏକ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଯୋଗ୍ୟ ଯେ, ଗତ ୧୦ ତାରିଖରେ ଜଣଙ୍କ ଘରକୁ ମାଳତି ମହାକୁଡ ଟିଭି ଦେଖିବାକୁ ଯାଇଥିଲେ । ଏହି ସମୟରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ ହୋଇଥିଲା । ଚିକିତ୍ସତ ଅବସ୍ଥାରେ ସେହି ପରିବାରର ୪ ଜଣ ସଦସ୍ୟ ମୃତ୍ୟୁବରଣ କରିିଥିଲେ । ଏହି ଅଘଟଣରେ ମାଳତି ମଧ୍ୟ ଗୁରୁତର ହୋଇପଡିଥିଲେ । ପରେ ପ୍ରାଣ ହରାଇଥିଲେ । ଏବେ ମା’ର ମୃତ୍ୟୁ ପରେ ପୁଅ ଦୁର୍ଲଭ ଅବସାଦକୁ ଚାଲିଯାଇଥିଲେ । ଆଉ ମାଳତିଙ୍କ ଶବ ବ୍ୟବଚ୍ଛେଦ ପରେ ଘରକୁ ଶବ ଆସିବା ପୂର୍ବରୁ ପୁଅ ଦୁର୍ଲଭ ଆତ୍ମହତ୍ୟା କରିଛନ୍ତି ।

Comments are closed.