ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ବହୁରି ବୋଲାଇ ସୁଆସିନି ଲୀହ୍ନୀଂ । ରୁଚି ବିଚାରି ପହିରାଵନି ଦୀହ୍ନୀଂ ॥

ନେଗୀ ନେଗ ଜୋଗ ଜଵ ଲେହୀଂ । ରୁଚି ଅନୁରୂପ ଭୂପମନି ଦେହୀଂ ॥

ଭାବାର୍ଥ :- ତା’ପରେ ପୁଣି ନଗରରେ ରହୁଥିବା ନିଜର ପାରିବାରିକ ସୌଭାଗ୍ୟଵତୀ ସୁହାଶିନି ଭଉଣୀ, ଝିଆରୀ, ଭାଣିଜୀ ମାନଙ୍କୁ ଡକାଇ ସେମାନଙ୍କ ରୁଚି ମୁତାବକ ବସ୍ତ୍ର ପିନ୍ଧାଇଲେ । ପରମ୍ପରା ଅନୁସାରେ ମାଗିବା ଲୋକେ ନିଜ ନିଜର ଇଚ୍ଛା ଅନୁସାରେ ମାଗୁଣି କରୁଥାନ୍ତି ଆଉ ରାଜା ମାନଙ୍କ ଶିରୋମଣି ଦଶରଥ ସେମାନଙ୍କ ଇଚ୍ଛାକୁ ପୂରଣ କରି ଦେଉଥାନ୍ତି ।

Comments are closed.