ଭୁବନେଶ୍ୱର,କଟକ ସମେତ ଉପକୂଳ ଓଡିଶାରେ ଘନ କୁହୁଡି, ଯାତାୟତ ବାଧାପ୍ରାପ୍ତ

ଭୁବନେଶ୍ୱର – ରାଜଧାନୀ ଭୁବନେଶ୍ବର, କଟକ ସମେତ ଉପକୂଳ ଓଡିଶାରେ ଅନେକ ସ୍ଥାନରେ ଆଜି ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି । ସକାଳୁ ସାମାନ୍ୟ ଥଣ୍ଡା ସାଙ୍ଗକୁ ଘନ କୁହୁଡି ଦେଖାଯାଇଛି । ଘନ କୁହୁଡିର ଆସ୍ତରଣ ଯୋଗୁଁ ଭୁବନେଶ୍ୱର ଓ କଟକରେ ୨୦ ମିଟର ଯାଏଁ କିଛି ଦେଖାଯାଉନାହିଁ । ଏଥିଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତି ଆଉ କିଛି ଦିନ ଲାଗିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।

Comments are closed.