ରାଜ୍ୟ କଂଗ୍ରେସ ନେତୃତ୍ବ ଉପରେ ବିଷୋଦଗାର କରି ଦଳ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ନବୀନ ଦାସ 

ଢେଙ୍କାନାଳ – ନିର୍ବାଚନ ପାଖେଇ ଆସୁଥିବା ବେଳେ ଗୋଟିଏ ପରେ ଗୋଟିଏ ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ବିଧାୟକ କଂଗ୍ରେସ ଛାଡିବାରେ ଲାଗିଛନ୍ତି। ଆଜି ଦଳର ଅନ୍ୟତମ ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ କଂଗ୍ରେସର ହାତ ଛାଡି ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ପଠାଇ ଦେଇଛନ୍ତି। ରାଜ୍ୟର କଂଗ୍ରେସ ନେତୃତ୍ବ ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ନବୀନ ଦାସ। ଆସନ୍ତା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହେବ ବୋଲି କହିଛନ୍ତି ନବୀନ । କଂଗ୍ରେସ ଛାଡିଥିଲେ ମଧ୍ୟ ରାଜନୀତିରୁ ଅବସର ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ନବୀନ ଦାସ ।

ନବୀନ ଚନ୍ଦ୍ର ନାରାୟଣ ଦାସ ୧୯୯୫ରେ ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ। ସେତେବେଳର କଂଗ୍ରେସ ସରକାରରେ ନବୀନ ପଞ୍ଚାୟତିରାଜ, ବାଣିଜ୍ୟ ପରିବହନ ଓ ଗଣଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଥିଲେ।

Comments are closed.