ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଓ କ୍ୟାନସର ହସ୍ପିଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି । ପ୍ରଥମେ ଜିଲ୍ଲାର ବିଜେପୁର ବ୍ଲକର କନାପାଲିରେ ପହଞ୍ଚି ପ୍ରଥମେ ଗଙ୍ଗାଧର ପ୍ରକଳ୍ପର ମଡେଲ ସ୍ଥଳକୁ ପରିଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଆୟୋଜିତ ଜନସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ ।

ମୁଖ୍ୟମନ୍ତ୍ରୀ କନାପାଲି ସଭାସ୍ଥଳରୁ ୧୮୦୬.୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ବହୁ ପ୍ରତୀକ୍ଷିତ ତିନି ପ୍ରକଳ୍ପ ଗଙ୍ଗାଧର ମେହେର ଜଳସେଚନ , ବରଗଡ଼ କ୍ୟାନସର ହସ୍ପିଟାଲ ଓ ନୃସିଂହନାଥ ଉନ୍ନୟନ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ।

୧୬୭୭.୪୨ କୋଟି ଟଙ୍କା ବ୍ୟୟରେ ଗଙ୍ଗାଧର ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିବା ବେଳେ ୧୦୬.୬ କୋଟି ଟଙ୍କାରେ ୧୦୦ ଶଯ୍ୟା ବିଶିଷ୍ଟ ବରଗଡ଼ କ୍ୟାନସର ହସ୍ପିଟାଲ ଓ ୨୨.୭୮କୋଟି ଟଙ୍କା ବ୍ୟୟରେ ନିର୍ମିତ ନୃସିଂହନାଥ ପୀଠର ବିକାଶ ଓ ରୂପାନ୍ତରଣ କାର୍ଯ୍ୟ ହୋଇଛି ।

ସେହିଭଳି ୩୪୨.୭୦ କୋଟି ଟଙ୍କାର ୫୯ଟି ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ୨୬୩.୩୩ କୋଟି ଟଙ୍କାର ୨୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

Comments are closed.