ରାଜ୍ୟସଭାକୁ ନିର୍ଦ୍ଵନ୍ଦ୍ୱରେ ନିର୍ବାଚିତ ହେଲେ ଦେବାଶିଷ, ଶୁଭାଶିଷ ଓ ଅଶ୍ୱିନୀ

ଭୁବନେଶ୍ବର – ରାଜ୍ୟସଭା ପାଇଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ଓଡ଼ିଶାର ତିନି ଜଣ ପ୍ରାର୍ଥୀ । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟସୀମା ଶେଷ ହେଲା ପରେ ଶାସକ ବିଜେଡିର ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ଓ ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନିର୍ବାଚିତ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର । ସେମାନଙ୍କ ବିପକ୍ଷରେ ପ୍ରାର୍ଥୀ ନଥିବାରୁ ସମସ୍ତେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।

ଖାଲି ହେଉଥିବା ଓଡ଼ିଶାର ତିନିଟି ରାଜ୍ଯସଭା ଆସନ ମଧ୍ୟରୁ ଦୁଇଟିରେ ବିଜେଡି ଦୁଇଜଣଙ୍କୁ ପ୍ରାର୍ଥୀ କରିଥିଲା । ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ବିଜେଡି ତରଫରୁ ନାମାଙ୍କନ ଦାଖଲ କରିଥିଲେ । ବିଜେଡିର ପୂର୍ବତନ ବିଧାୟକ ହେଉଛନ୍ତି ଦେବାଶିଷ ସାମନ୍ତରାୟ । ପୁରୀ ଜିଲ୍ଲା ରାଜନୀତିର ଚର୍ଚ୍ଚିତ ଯୁବ ଚେହେରା ଶୁଭାଶିଷ ଖୁଣ୍ଟିଆଙ୍କୁ ବି ପ୍ରାର୍ଥୀ କରିଥିଲା ବିଜେଡି। ତୃତୀୟ ଆସନ ପାଇଁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେପି ପୁଣି ପ୍ରାର୍ଥୀ କରିଥିଲା । ମାତ୍ର ଅଶ୍ବିନୀଙ୍କ ବିଜୟ ପାଇଁ ବିଜେପି ପାଖରେ ସଂଖ୍ଯା ନଥିଲା । ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଅଶ୍ବିନୀଙ୍କୁ ସମର୍ଥନ ଘୋଷଣା କରିଥିଲା ବିଜୁ ଜନତା ଦଳ ।

Comments are closed.