ଆଜି ଗଞ୍ଜାମ ସମେତ ୫ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜି ଗଞ୍ଜାମ ଜିଲ୍ଲା ସମେତ ୫ଟି ଜିଲ୍ଲାରେ ଆରମ୍ଭ ହେବ ‘ଲକ୍ଷ୍ମୀ’ ବସ୍ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଭାସୀ ମାଧ୍ୟମରେ ଗଞ୍ଜାମ, ବୌଦ୍ଧ, ନୂଆପଡ଼ା, ବାଲେଶ୍ଵର,‌ ଜଗତସିଂହପୁରରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିବେ । ଆଜିର ଶୁଭାରମ୍ଭ ସହ ରାଜ୍ୟର ସବୁ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଗଡିବ । ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଲୋକଙ୍କ ସହଜ ଓ ସୁଲଭ ଗମନାଗମନ ପାଇଁ ରାଜ୍ୟ ସରକାର ଗତବର୍ଷ ‘ଲୋକେସନ ଆକସେସିବଲ୍ ମଲ୍ଟି ମୋଡାଲ୍ ଇନିସିଏଟିଭ’ ବା ‘ଲକ୍ଷ୍ମୀ’ ଯୋଜନା ଆରମ୍ଭ କରିଥିଲେ । ପ୍ରଥମେ ଗତବର୍ଷ ଅକ୍ଟୋବରରେ ମାଲକାନଗିରି ଜିଲ୍ଲାରୁ ଏହି ବସ୍ ସେବା ଆରମ୍ଭ ହୋଇଥିଲା । ପରେ ପର୍ଯ୍ୟାୟ କ୍ରମେ ଅନ୍ୟ ଜିଲ୍ଲାରେ ମଧ୍ୟ ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ ହୋଇଛି। ଗଞ୍ଜାମ ଜିଲ୍ଲାର ୧୨୪ଟି ରୁଟରେ ଚାଲିବ ଲକ୍ଷ୍ମୀ ବସ୍।

Comments are closed.