କିମ୍ବଦନ୍ତୀ ରେଡିଓ ଉପସ୍ଥାପକ ଅମିନ ସାୟାନୀଙ୍କ ମୃତ୍ୟୁ 

ମୁମ୍ବାଇ – ରେଡିଓ ଯୁଗରେ ଭାରତରେ ଘରେ ଘରେ ପରିଚିତ ହୋଇପାରିଥିବା ଲୋକପ୍ରିୟ ଉପସ୍ଥାପକ ଅମିନ ସାୟାନୀ ଆଉ ନାହାନ୍ତି। ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଭାରତର ମହାନ ରେଡିଓ ଘୋଷକ । ଆକାଶବାଣୀ ବିବିଧ ଭାରତୀର ଲୋକପ୍ରିୟ କାର୍ଯ୍ୟକ୍ରମ ‘ବିନାକା ଗୀତମାଲା’ ଉପସ୍ଥାପନା କରି ଅମିନ ସାୟାନୀ ଭାରତ କାହିଁକି, ପୁରା ଉପମହାଦେଶର ଶ୍ରୋତାଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ହୃଦଘାତରେ ଅମିନ ସାୟାନୀଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପୁଅ ରାଜିଲ ସାୟାନୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.