୧୬ଟି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ, ଆଉ ତିନି ବର୍ଷ ବୃଦ୍ଧି ହେଲା କାଳିଆ ସହାୟତା

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିରେ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିବା। ରାଜ୍ୟ ସରକାର କାଳିଆ ଯୋଜନାରେ ଚାଷୀମାନଙ୍କୁ ସହାୟତା ଆଗାମୀ ୩ ବର୍ଷ ପାଇଁ ବଢ଼ାଇଛନ୍ତି। ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଚାଷୀମାନଙ୍କୁ କାଳିଆ ଯୋଜନାରେ ୨୦୨୬-୨୭ ଯାଏଁ ସହାୟତା ରାଶି ମିଳିବ। ଏହି ଯୋଜନା ୩ ବର୍ଷ ବଢ଼ିବା ପରେ ରାଜ୍ୟ ସରକାର ୬୦୨୯.୭୦ କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ସରକାର କାଳିଆ ସହାୟତା ପ୍ରଦାନ କଟକଣାକୁ କୋହଳ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ ଓ ସେପ୍ଟେମ୍ବର ୧ ତାରିଖ ବଦଳରେ ଏଣିକି ଯେ କୌଣସି ସମୟରେ ସହାୟତା ମିଳିବ।

ସେମିକଣ୍ଡକ୍ଟର ଶିଳ୍ପକୁ ପ୍ରାଧାନ୍ୟ ଦିଆଯିବ । ଜାତୀୟ ଦକ୍ଷତା ତାଲିମ କେନ୍ଦ୍ର ପାଇଁ ୭ ଏକରରୁ ଅଧିକ ଜମି ଦିଆଯିବ । ଜଟଣୀ ମଦନପୁରରେ ଦିଆଯିବ ଜମି ।

ପଞ୍ଚାୟତ ଅଧିକାରୀମାନେ ପାଇବେ ପଦୋନ୍ନତି ପାଇବେ । ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ତିନିକୁ ବୃଦ୍ଧି କରାଯାଇଛି । ୫ ବର୍ଷ ଓ ୮ ବର୍ଷ ପରେ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ହେବେ ଅଧିକାରୀ। ନୂଆ-ଓ କାର୍ଯ୍ଯକ୍ରମକୁ ବ୍ଯାପକ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଏଥିପାଇଁ ବ୍ଯୟବରାଦ ହୋଇଛି ୩୧୫ କୋଟି ଟଙ୍କା ।

Comments are closed.