ଜିମ୍ନାଷ୍ଟ ପ୍ରଣତି ନାୟକ ଓ ସନ୍ତରଣକାରୀ ମନ୍ନତା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆନ୍ତର୍ଜାତିକ ସ୍ତରରେ ପଦକ ଜିତିଥିବା ରାଜ୍ୟର ଦୁଇ ପ୍ରତିଭାବାନ ମହିଳା କ୍ରୀଡାବିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ଅଗ୍ରଣୀ ଜିମ୍ନାଷ୍ଟ ପ୍ରଣତି ନାୟକ ଓ ଉଦୀୟମାନ ସନ୍ତରଣକାରୀ ମନ୍ନତା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଣତି ନାୟକ କାଏରୋରେ ଅନୁଷ୍ଠିତ ସମ୍ମାନଜନକ ଏଫଆଇଜି ୱାର୍ଲଡ କପରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏହି ସଫଳତା ପାଇଁ ପ୍ରଣତିଙ୍କୁ ୫ ଲକ୍ଷ ଟଙ୍କା ନଗଦ ପୁରସ୍କାର ସହ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଣତି ଓଡ଼ିଶା ଏଏମଏନଏସ/ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଉତ୍କର୍ଷ କେନ୍ଦ୍ରର ପ୍ରଶିକ୍ଷାର୍ଥୀ।

ରାଜ୍ୟର ଉଦୀୟମାନ ସନ୍ତରଣକାରୀ ମନ୍ନତା ମିଶ୍ର ନିକଟରେ ଅନୁଷ୍ଠିତ ପ୍ରଥମ ବୀମଷ୍ଟେକ ଜଳକ୍ରୀଡା ପ୍ରତିଯୋଗିତାରେ ନିଜ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲେ । ଏହାଥିଲା ମନ୍ନତାଙ୍କ ପ୍ରଥମ ଆନ୍ତର୍ଜାତିକ ପଦକ । ମନ୍ନତାଙ୍କ ଏହି ସଫଳତାର ସ୍ୱୀକୃତି ସ୍ୱରୂପ ତାଙ୍କୁ ନଗଦ ୨ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମନ୍ନତା ଓଡ଼ିଶା ଆଇଆଇଏସ ସନ୍ତରଣ ଉତ୍କର୍ଷ କେନ୍ଦ୍ରର ପ୍ରଶିକ୍ଷାର୍ଥୀ ।

ଦୁଇ କ୍ରୀଡାବିତଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ସମସ୍ତ ପ୍ରକାର ସହାୟତା ପାଇଁ ଆଶ୍ୱାସନା ଦେଇଛନ୍ତି।

Comments are closed.