ଏମିତି ବି ହୁଏ : ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଲେ ବାପା -ପୁଅ , ଖବର ଶୁଣି ହୃଦଘାତରେ ଦାଦାଙ୍କ ମୃତ୍ୟୁ

କେନ୍ଦୁଝର – ସଡ଼କ ଦୁର୍ଘଟଣାରେ ଚାଲିଗଲେ ବାପ – ପୁଅ । ଆଉ ଏକ ଖବର ଶୁଣି ସମ୍ପର୍କୀୟ ଦାଦାଙ୍କ ହୃଦଘାତରେ ମୃତ୍ୟୁ । କେନ୍ଦୁଝର ଜିଲ୍ଲାରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ସଦର ବ୍ଲକ ବାରିଗାଁରୁ ବାପା କାଣ୍ଡେ ମୁଣ୍ଡା (୫୩ ବର୍ଷ ) ଓ ପୁଅ ଲକ୍ଷ୍ମଣ ମୁଣ୍ଡା (୩୨ ବର୍ଷ) ସ୍କୁଟିରେ ଯୋଗେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିବା ବେଳେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟରୁ ଆସୁଥିବା ଏ ଟ୍ରକ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ବାପ ପୁଅଙ୍କ ମୃତ୍ୟୁ ହୋଇଥିଲା। ଏହି ଖବର ଶୁଣିବା ପରେ ବାରିଗାଁରେ ପୁଅର ସମ୍ପର୍କୀୟ ଦାଦା ସମରା ମୁଣ୍ଡା ( ୪୫ ବର୍ଷ)ଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା ।

Comments are closed.