ଏକାମ୍ର ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରି ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ

ଭୁବନେଶ୍ୱର – ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳୁ ସକାଳୁ ପୁରୁଣା ଭୁବନେଶ୍ବରରେ ଚାଲିଥିବା ଏକାମ୍ର ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ୨୦୨୫ ନୂଆବର୍ଷ ସୁଦ୍ଧା ପ୍ରକଳ୍ପ ସଂପୂର୍ଣ୍ଣ ପାଇଁ କାମ ତ୍ୱରାନ୍ୱିତ କରିବାକୁ ୫-ଟି ଅଧ୍ୟକ୍ଷ ପ୍ରକଳ୍ପ କାର୍ଯ୍ୟ ସହ ଜଡ଼ିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକଳ୍ପ କାର୍ଯ୍ୟ କଷ୍ଟକର ଲାଗୁଥିଲା ମଧ୍ୟ ଏହା ଦାୟିତ୍ୱରେ ଥିବା ଟିମ୍ ସଫଳତାର ସହ ଏହାକୁ ସମ୍ପୂର୍ଣ୍ଣ କରିବେ ବୋଲି ବିଶ୍ୱାସ ପ୍ରକଟ କରିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ। ଏଥିପାଇଁ ସେ ପ୍ରକଳ୍ପ ପରିଚାଳନା ଟିମର ଉତ୍ସାହ ବଢାଇଥିଲେ।

ଏକାମ୍ର ବିକାଶ ଯୋଜନାର ସମସ୍ତ କାର୍ଯ୍ୟର ନିରୀକ୍ଷଣ କରିଥିଲେ । ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଦୋକାନୀ ଓ ଭେଣ୍ଡରମାନଙ୍କ ଥଇଥାନ ଉପରେ ଗୁରୁତ୍ୱାରୋପ କରିଛନ୍ତି ୫-ଟି ଅଧ୍ୟକ୍ଷ । ସେମାନଙ୍କର ଜୀବିକା ଯଥାସମ୍ଭବ ନିଶ୍ଚିତ କରାଯିବ ବୋଲି ସେ କହିଥିଲେ। ବିନ୍ଦୁସାଗର ରୋଡ୍ ସମାନ୍ତରାଳ ବିକଳ୍ପ କୋଟିତୀର୍ଥେଶ୍ୱରରୁ ତାଳେଶ୍ୱର ରୋଡ୍ କାର୍ଯ୍ୟ ତଦାରଖ କରିବା ସହ ଜମି ଆବଶ୍ୟକତା ଓ ନାଳ ନିର୍ମାଣ ନେଇ ସମୀକ୍ଷା କରିଥିଲେ ୫-ଟି ଅଧ୍ୟକ୍ଷ । ନାଳ ନିର୍ମାଣ ପାଇଁ ଆବଶ୍ୟକ ପଡିଲେ ବଳକା ଜମି ହସ୍ତାନ୍ତର ପାଇଁ ସେ ବିଏମସିକୁ ପରାମର୍ଶ ଦେଇଥିଲେ। ଅନନ୍ତ ବାସୁଦେବ ମନ୍ଦିର ପଛପଟେ ଥିବା ଜାଗା ପରିଦର୍ଶନ କରିଥିଲେ ୫-ଟି ଅଧ୍ୟକ୍ଷ । ସେଠାରେ ମୁକ୍ତ ଭଜନ ମଣ୍ଡପ ନିର୍ମାଣ ହେବ । ଟ୍ରାଫିକ ପରିଚାଳନା ବ୍ୟବସ୍ଥିତ କରିବା ପାଇଁ ବୈଜ୍ଞାନିକ ପଦ୍ଧତି ଉପରେ ଜୋର୍ ଦେଇଛନ୍ତି ପାଣ୍ଡିଆନ। ମନ୍ଦିର ଚାରିପାଖର ପରିବେଶ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି ଯାତ୍ରୀମାନଙ୍କ ପାଇଁ ବ୍ୟବହାର କରାଯିବ । ସମୀକ୍ଷା ବେଳେ ୫-ଟି ଅଧ୍ୟକ୍ଷଙ୍କ ସହ ପୂର୍ତ୍ତ ବିଭାଗ ସଚିବ, ବିଏମସି କମିଶନର , ଖୋର୍ଦ୍ଧା ଜିଲ୍ଲାପାଳ, ଡିସିପି , ଓବିସିସି ଏମଡି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.