ଗଛରେ ପିଟିହେଲା ବୋଲେରୋ , ୩ ଡ୍ରାମା କଳାକାର ମୃତ

କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହେବା ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ଏକ ବୋଲେରୋ ଗଛରେ ପିଟି ହୋଇଯାଇଥିଲା । ଆଜି ଭୋରରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାଗ୍ରସ୍ତ ବୋଲେରୋରେ ୫ ଜଣ ଡ୍ରାମା କଳାକାର ଥିଲେ । ଗତକାଲି ରାତିରେ ନରଣପୁର ଗ୍ରାମରୁ ଡ୍ରାମା ସାରି ୫ ଜଣ କଳାକାରଙ୍କ ସମେତ ୭ ଜଣ ବୋଲେରୋରେ ନିଜ ଘରକୁ ଫେରୁଥିଲା ବେଳେ ଓସ୍ତପୁର ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା ବୋଲେରୋ । ସେଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେବା ସହ ଆଉ ୪ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Comments are closed.