ସହର ଅନୁସାରେ ମଣିଷର ବ୍ୟବହାର ଭିନ୍ନ ଭିନ୍ନ ଦେଖିବାକୁ ମିଳିଥାଏ…

ସହର ଅନୁସାରେ ମଣିଷର ବ୍ୟବହାର ଭିନ୍ନ ଭିନ୍ନ ଦେଖିବାକୁ ମିଳିଥାଏ…

ଅନୁଗୋଳ:

ଅନୁଗୁଳିଆ ଲୋକେ ଅନ୍ତର୍ମୁଖୀ କିନ୍ତୁ ଉଚ୍ଚମନା । ବନ୍ଧୁ ପରିଚର୍ଯ୍ୟା ଏବଂ ବନ୍ଧୁତ୍ୱ ନିମନ୍ତେ ଅନ୍ୟମାନଙ୍କ ପାଇଁ ଉଦାହରଣ ।

କଟକ:

କଟକି ଜୀବନ ଆଧୁନିକତା ନିମନ୍ତେ ଉନ୍ମୁକ୍ତ ଅଥଚ ପରମ୍ପରା ସମସ୍ତଙ୍କ ଶିରା ପ୍ରଶିରାରେ । ଜାତି, ଧର୍ମ, ବର୍ଣ୍ଣ କଟକିଆ ପାଇଁ କିଛି ମାନେ ରଖେନା । ପରସ୍ପରର ଅସୁବିଧାରେ ଅଣ୍ଟା ଭିଡ଼ି ଠିଆ ହେବା ଭଳି ସାହସ କେବଳ କଟକିଆ ଦେଖେଇ ପାରେ ।

କଳାହାଣ୍ଡି:

ଜୀବନ ସଂଘର୍ଷ କଣ ତାହା କଳାହାଣ୍ଡିଆଙ୍କ ଠାରୁ ଶିଖିବା କଥା । ନାରୀ ହୁଅନ୍ତୁ କି ପୁରୁଷ ସମସ୍ତଙ୍କ ଠାରେ ବୀରରସର ଛାପ ସ୍ପଷ୍ଟ ବାରି ହେଇ ପଡ଼େ ।

କନ୍ଧମାଳ:

କନ୍ଧମାଳିଆ ସରଳ, ନିଷ୍କପଟ ଏବଂ ଯାହା ନିଜ ପାଖରେ ଅଛି ତାକୁ ନେଇ ସନ୍ତୁଷ୍ଟ । ସେ ଆଜିକୁ ନେଇ ଖୁସି । ତାର କାଲି ପାଇଁ ଚିନ୍ତା ନାହିଁ । ବର୍ତ୍ତମାନରେ କେମିତି ବଞ୍ଚିବାକୁ ହେବ ଏବଂ ପ୍ରକୃତି ସହିତ କେମିତି ବଞ୍ଚିବାକୁ ହେବ, ତାହା କନ୍ଧମାଳିଆଙ୍କ ଠାରୁ ଶିଖିବା କଥା ।

କେନ୍ଦୁଝର:

କେନ୍ଧୁଝରିଏ ସ୍ନେହୀ ଏବଂ ବନ୍ଧୁପରାୟଣ । ଅନ୍ୟକୁ କେମିତି ଭାବରେ ବାନ୍ଧିବାକୁ ହୁଏ ସେ କୌଶଳ ବହୁତ ଭଲ ଭାବେ ଜାଣନ୍ତି । ଯାହା ପସନ୍ଦ ନାହିଁ ତାଠାରୁ ଦୁରେଇଯିବେ କିନ୍ତୁ କଟୁକ୍ତି କରିବେ ନାହିଁ ।

କେନ୍ଦ୍ରାପଡା:

ଶିକ୍ଷାର ପୂର୍ଣ୍ଣ ଉପଯୋଗ ଜୀବନ ଗଠନରେ କେମିତି ବ୍ୟବହାର କରା ଯାଇପାରିବ ତାହା କେନ୍ଦ୍ରାପଡ଼ାବାସୀଙ୍କ ଠାରୁ ଶିଖିବା କଥା । ସମସ୍ତେ ପ୍ରାୟ ଅଧିକାର ସଚେତନ । ରୁଚିପୂର୍ଣ୍ଣ ଜୀବନରେ ବିଶ୍ଵାସୀ ।

କୋରାପୁଟ:

କୋରାପୁଟିଆମାନେ ହେଲେ ପ୍ରକୃତିର ସନ୍ତାନ । ଜଟିଳ ମାନସିକତାକୁ ଭଲ ପାଆନ୍ତି ନାହିଁ । ଅଧିକାଂଶ ସ୍ପଷ୍ଟବାଦୀ । ସୃଜନଶୀଳତା ସମସ୍ତଙ୍କ ଭିତରେ ଉଣା ଅଧିକେ ପାଇବେ ।

ଖୋର୍ଦ୍ଧା:

ଖୋରଧା ମାଟି ବୀରତ୍ବର ମାଟି । ଏ ମାଟି ସମସ୍ତଙ୍କୁ ଆଦର କରେ । ଏଠିକା ଲୋକେ ସବୁ ଆଞ୍ଚଳିକ ବିଭିନ୍ନତାକୁ ସମ୍ମାନ ଦିଅନ୍ତି । ପରସ୍ପର ସହିତ ସମ୍ମାନ ସହ କେମିତି ସହାବସ୍ଥାନ କରିବାକୁ ହେବ ତାହା ଖୋରଧାବାସୀଙ୍କ ଠାରୁ ଶିକ୍ଷଣୀୟ ।

ଗଜପତି:

ସବୁବେଳେ ସ୍ନେହ ଆବେଗରେ ଭରା ମଣିଷ ସବୁ । ପ୍ରଚାର ବିମୁଖୀ, କମ କଥା ଅଧିକ କାମରେ ବିଶ୍ଵାସୀ ।

ଗଞ୍ଜାମ:

ଗଞ୍ଜାମିଆ ନାରିକେଳ ସଦୃଶ । ଉପର ଶକ୍ତ କିନ୍ତୁ ଭିତରେ କୋମଳ । ଅଧିକାଂଶ ବ୍ୟକ୍ତି ବିଶ୍ବସ୍ତ ଏବଂ ଈଶ୍ଵର ବିଶ୍ଵାସୀ । ସମସ୍ତେ ଉଣା ଅଧିକେ ରସିକ ।

ଜଗତସିଂହପୁର:

ଜଗତସିଂହପୁରବାସୀ ଉଦାର, ନମନୀୟ ଏବଂ ବିକାଶୋନ୍ମୂଖୀ । ପ୍ରତିକୂଳ ପରିସ୍ଥିତିକୁ କିଭଳି ଦାମ୍ଭିକତାର ସହ ସମ୍ମୁଖୀନ ହେବାକୁ ହେବ ତାହା ଜଗତସିଂହପୁରିଆଙ୍କ ଠାରୁ ଶିଖିବା କଥା ।

ଝାରସୁଗୁଡା:

ସମସ୍ତଙ୍କ ଠାରେ ପ୍ରାୟ ସାଂସ୍କୃତିକ ବିବିଧତାର ଛାପ । ଯୁଗୋପଯୋଗୀ ଏବଂ ଆଧୁନିକ । ଅଧିକାଂଶ ବ୍ୟକ୍ତି ଦୁଃସାହସିକ ।

ଢେଙ୍କାନାଳ:

ନିଜ ମାଟିକୁ ସବୁଠୁଁ ଅଧିକ ଭଲ ପାଉଥିବା ମଣିଷମାନେ ହେଲେ ଢେଙ୍କାନାଳିଆ । ସରଳ ବିଶ୍ଵାସୀ କିନ୍ତୁ ସବୁବେଳେ ଉଚ୍ଚ ଚିନ୍ତା ।

ଦେବଗଡ଼:

ଅଭାବ ଥାଉ କି ଆଧିକ୍ୟ, ପ୍ରତ୍ୟେକ ଦେବଗଡ଼ବାସୀଙ୍କ ରୁଚି ଆଭିଜାତ୍ୟସମ୍ପନ୍ନ । ବେଶ, ପରିପାଟି, ଅଭ୍ୟାସ ଇତ୍ୟାଦି ରୁଚିପୂର୍ଣ୍ଣ ।

ନବରଙ୍ଗପୁର:

ସରଳତା ସହିତ ବଞ୍ଚୁଥିବା ମଣିଷମାନେ । ସ୍ନେହ ଆଦରରେ ଅନ୍ୟ ସହିତ ଯୋଡ଼ି ହେବା କଳାରେ ନିପୁଣ । ସବୁବେଳେ ସନ୍ତୁଷ୍ଟ ଏବଂ ଅଭିଯୋଗବିହୀନ ।

ନୟାଗଡ଼:

ନୟାଗଡ଼ିଆ ସମସ୍ତେ ହସିବା ଏବଂ ହସେଇବାରେ କୁଶଳୀ । ଲାଗେ ସମସ୍ତେ ଯେମିତି ଜଣେ ଜଣେ ବ୍ୟଙ୍ଗକାର । ବ୍ୟଙ୍ଗରେ ବ୍ୟଙ୍ଗରେ ଜୀବନର ଗୂଢ଼ ଅର୍ଥ ଅନ୍ୟକୁ ବୁଝେଇଦେବା ସାମର୍ଥ୍ୟ ରଖନ୍ତି ନୟାଗଡ଼ବାସୀ ।

ନୂଆପଡା:

ନୂଆପଡ଼ିଆ ସାହସୀ ଏବଂ ଉଦ୍ୟମୀ । ଅଧିକାଂଶ ବ୍ୟକ୍ତି ଆବେଗରେ ଭରା । ଯାହାକୁ ଭଲ ପାଇବେ ମନ ପ୍ରାଣ ଦେଇ ଆପଣାର କରନ୍ତି । ନିଜ ସ୍ଵାର୍ଥକୁ ପଛରେ ପକାଇ ଅନ୍ୟକୁ ସାହାଯ୍ୟ କରିବା ନିଜ ଧର୍ମ ମଣନ୍ତି ।

ପୁରୀ:

ଓଡ଼ିଶାର ପୁରୁଣା ପ୍ରଥା ପରମ୍ପରାକୁ ଯଦି କିଏ ବଞ୍ଚେଇ ରଖିଛନ୍ତି ସେମାନେ ହେଲେ ପୁରୀବାସୀ । ସମସ୍ତେ କିଛି ନା କିଛି କଳା, ସାହିତ୍ୟ, ସଂସ୍କୃତିର ପ୍ରଚାରକ ନହେଲେ ପ୍ରସାରକ । ଶୃଙ୍ଗାର ପ୍ରିୟ, ରସଗ୍ରାହୀ ଏବଂ ସ୍ଵକୀୟ ଶୈଳୀକୁ ତମାମ ଆଧୁନିକତା ଭିତରେ ବଞ୍ଚେଇ ରଖିବାକୁ ସଦା ପ୍ରୟାସୀ ପୁରୀବାସୀ। ସମସ୍ତେ ଜଣେ ଜଣେ ସଂସ୍କୃତି ଦୂତ ।

ବରଗଡ଼:

ନିଃସ୍ଵାର୍ଥପର ସେବା କାହାକୁ କୁହାଯାଏ ତାହା ବରଗଡ଼ବାସୀଙ୍କ ଠାରୁ ଶିକ୍ଷଣୀୟ । ଅଧିକାଂଶ ଦୟାଳୁ ପ୍ରକୃତିର, ପରୋପକାରୀ ଏବଂ ସ୍ନେହୀ ମଣିଷମାନେ । ସବୁ ଅସୁବିଧା ଭିତରେ ବି ଆବିଳତା ସେମାନଙ୍କୁ କେବେ ସ୍ପର୍ଶ କରିନାହିଁ ।

ବଲାଙ୍ଗୀର:

ବଲାଙ୍ଗୀରିଆ ନିରୀହ, ନିଷ୍କପଟ, ସରଳ ଜୀବନରେ ବିଶ୍ଵାସୀ । ଅଧିକାଂଶ ବ୍ୟକ୍ତି ସହାନୁଭୂତିଶୀଳ ଏବଂ ସ୍ନେହୀ ମଣିଷମାନେ । ଆଧୁନିକ ଜୀବନର ଜଟିଳତାଠାରୁ ଏବେ ବି ଦୂରରେ ।

ବାଲେଶ୍ଵର:

ଶିକ୍ଷାର ମୂଲ୍ୟକୁ ଅଧିକ ଯଦି କିଏ ବୁଝିଛନ୍ତି ସେମାନେ ହେଲେ ବାଲେସରିଆ । ବର୍ଣ୍ଣ, ଲିଙ୍ଗ ଶ୍ରେଣୀ ନିର୍ବିଶେଷରେ ସମସ୍ତେ ଶିକ୍ଷାକୁ ଜୀବନରେ ଅଧିକ ଗୁରୁତ୍ବ ଦିଅନ୍ତି । ନୂତନତ୍ବ ଏବଂ ସଂସ୍କାର ପାଇଁ ବାଲେସରିଆ ସବୁବେଳେ ପ୍ରସ୍ତୁତ ।

ବୌଦ୍ଧ:

ବଉଦିଆ ଭାରି ଦୁଃସାହସିକ । ବିପରୀତ ପରିସ୍ଥିତିରେ କେମିତି ସ୍ରୋତ ପ୍ରତିକୂଳ ଯାଇ ହେବ ସେ କୌଶଳରେ ନିପୁଣ । ଅଧିକାଂଶ ବ୍ୟକ୍ତି ସରଳ ଏବଂ ବନ୍ଧୁପରାୟଣ ।

ଭଦ୍ରକ:

ଅଧିକାଂଶ ଭଦ୍ରକିଆ ଅତ୍ୟନ୍ତ ଭଦ୍ର, ଅମାୟିକ,ସଭ୍ୟ ଏବଂ ମାର୍ଜିତ । ଅଧିକାଂଶ ବ୍ୟକ୍ତି ଜୀବନରେ ମୂଲ୍ୟବୋଧକୁ ବେଶୀ ଗୁରୁତ୍ବ ଦିଅନ୍ତି ।

ମୟୁରଭଞ୍ଜ:

ମୟୁରଭଞ୍ଜିଆ ସବୁବେଳେ ନିଜ ମୂଳ ସହ ଯୋଡ଼ି ହେଇ ରହିବାକୁ ଭଲ ପାଏ । ନିଜ ପରିଚୟକୁ ନେଇ ଗୌରବ ଅନୁଭବ କରିବା ମୟୁରଭଞ୍ଜିଆଠାରୁ ଶିଖିବା କଥା । ପ୍ରାୟ ସମସ୍ତେ ନୃତ୍ୟ, ସଙ୍ଗୀତ, ନାଟକ ପ୍ରେମୀ । ଅପ୍ରିୟ ସତ କେମିତି କହିବାକୁ ହେବ ସେକଥାରେ ମଧ୍ୟ ମୟୁରଭଞ୍ଜିଆ ନିପୁଣ ।

ମାଲକାନଗିରି:

ମାଲକାନଗିରିବାସୀ ବହୁତ ସ୍ବାଭିମାନୀ । ସେ ନା କାହାଠାରୁ କିଛି ଆଶା ରଖେ ନା ଅଭିଯୋଗ କରେ । ପ୍ରକୃତିସହିତ ନିବିଡ଼ତାକୁ ପାଥେୟ କରି ଜୀବନ ବଞ୍ଚେ ମାଲକାନଗିରିଆ ।

ଯାଜପୁର:

ଯାଜପୁରିଆ ହେଲେ ବିଶ୍ଳେଷଣାତ୍ମକ ଏବଂ ପ୍ରୟୋଗରେ ବିଶ୍ଵାସୀ । ବୁଦ୍ଧିମତ୍ତା ଏବଂ ବୌଦ୍ଧିକ ସମ୍ବଳକୁ ଉପଯୋଗ କରି କିପରି ଏକ ଗୁଣାତ୍ମକ ଜୀବନ ବଞ୍ଚି ହେବ, ତାହା ଯାଜପୁରିଆଙ୍କ ଠାରୁ ଶିଖିବା କଥା ।

ରାୟଗଡ଼ା:

ରାୟଗଡ଼ିଆ ସବୁବେଳେ ହସଖୁସିଆ । ଅନ୍ୟର କଥାରେ ଅଯଥା ମୁଣ୍ଡ ପୁରେଇବାକୁ ରାୟଗଡ଼ିଆ ନାପସନ୍ଦ କରେ । ନିଜ ଉପାର୍ଜନରେ ଜୀବନକୁ କେତେ ସରସ ସୁନ୍ଦର କରିହେବ ସେଥିପାଇଁ ସବୁବେଳେ ଚେଷ୍ଟାରେ ରହେ ।

ସମ୍ବଲପୁର:

ସବୁ ସମଲପୁରିଆଙ୍କ ହୃଦୟ ବିଶାଳ । ଥରେ ବନ୍ଧୁତ୍ବ କଲେ ଜୀବନ ଦେବାକୁ ପଛେଇବେ ନାହିଁ । ଏମାନେ ଯୋଡ଼ି ହେବା ଟିକେ ବିଳମ୍ବ କିନ୍ତୁ ଥରେ ଯୋଡ଼ିହେଲେ ଜୀବନସାରା ଆଉ ଛାଡ଼ିବେ ନାହିଁ । ଅଧିକାଂଶ ସ୍ନେହୀ, ଉଦାର ଆଉ ସହାନୁଭୁତିଶୀଳ । ପ୍ରାୟ ସମସ୍ତେ କଳା ସାହିତ୍ୟ ପ୍ରେମୀ ।

ସୁବର୍ଣ୍ଣପୁର:

ସବୁ ସୋନପୁରିଆ ଖଣ୍ଡେ ଖଣ୍ଡେ ଖାଣ୍ଟି ସୁନା ମୁଣ୍ଡା । ଶିକ୍ଷାଗତ ଯୋଗ୍ୟତା, ଶ୍ରେଣୀ ନିର୍ବିଶେଷରେ ପ୍ରାୟ ବ୍ୟକ୍ତି ଗୁଣୀ ନହେଲେ ଗୁଣଗ୍ରାହୀ । ଶିକ୍ଷା ଏବଂ ବିକାଶପାଈଁ ସର୍ବଦା ସଚେତନ ।

ସୁନ୍ଦରଗଡ଼:

ସବୁ ସୁନ୍ଦରଗଡ଼ିଆ ବାହାରୁ ଯେତିକି ସୁନ୍ଦର ଅନ୍ତରରୁ ମଧ୍ୟ ଅନୁରୂପ ଭାବେ ସୁନ୍ଦର । ଅଧିକାଂଶ ବ୍ୟକ୍ତି ସଚେତନ ଏବଂ ସଭ୍ୟ । ଆଧୁନିକ ସଭ୍ୟତାର ତାଳଦେଇ ସୁନ୍ଦରଗଡ଼ିଆଟିଏ ନିଜକୁ ଯୁଗୋପଯୋଗୀ କରିବା ସାମର୍ଥ୍ୟ ରଖେ । ଅଧିକାଂଶ ମୁକ୍ତ ଚିନ୍ତାଧାରା ଏବଂ ନିର୍ଭୀକ ମତପୋଷଣରେ ବିଶ୍ଵାସୀ ।

Comments are closed.