ଆଜି ତିନି ରାଜ୍ୟର ୧୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ 

ନୂଆଦିଲ୍ଲୀ – ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ହେଉଛି । ୩ ରାଜ୍ୟର ୧୫ଟି ଆସନ ପାଇଁ ନିର୍ବାଚନ ହେଉଛି । ମତଦାନ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଚାଲିବ । ଅପରାହ୍ନ ୫ଟାରେ ହେବ ଭୋଟ ଗଣତି । ଓଡ଼ିଶାରୁ ୩ ପ୍ରାର୍ଥୀଙ୍କ ସମେତ ମୋଟ ୪୧ ଜଣ ପ୍ରାର୍ଥୀ ପୂର୍ବରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି ।

ଏମାନଙ୍କ ମଧ୍ୟରେ ସୋନିଆ ଗାନ୍ଧି ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ଭଳି ପ୍ରମୁଖ ନେତା ଅଛନ୍ତି। ଓଡ଼ିଶାରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ପ୍ରାର୍ଥୀମାନେ ହେଲେ ବିଜେଡିର ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଏବଂ ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଆଜି ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶର ୧୫ଟି ଆସନ ପାଇଁ ମତଦାନ ହେବ ।

Comments are closed.