ଇସ୍ରୋର ଗଗନଯାନ ମିଶନରେ ମହାକାଶ ଯିବାକୁ ଥିବା ଚାରି ବାୟୁସେନା ପାଇଲଟଙ୍କ ନାଁ ଘୋଷଣା

ତ୍ରିଭେନ୍ଦ୍ରମ – ଇସ୍ରୋର ପ୍ରଥମ ମାନବଯୁକ୍ତ ଗଗନଯାନ ଅଭିଯାନରେ ମହାକାଶକୁ ଯିବାକୁ ଥିବା ଚାରି ମହାକାଶଚାରୀଙ୍କ ନାଁ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି । ସବୁ ମହାକାଶଚାରୀ ଭାରତୀୟ ବାୟୁସେନାର ପାଇଲଟ୍‌ ।

ଗ୍ରୁପ୍‌ କ୍ୟାପ୍‌ଟେନ୍ ପ୍ରଶାନ୍ତ ବାଲକୃଷ୍ଣ ନାୟାର, ଗ୍ରୁପ୍‌ କ୍ୟାପ୍‌ଟେନ୍ ଅଜିତ୍‌ କ୍ରିଷ୍ଣନ୍‌, ଗ୍ରୁପ୍‌ କ୍ୟାପ୍‌ଟେନ୍ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା ଇସ୍ରୋର ଗଗନଯାନ ମିଶନରେ ମହାକାଶ ଯାତ୍ରା କରିବେ । ଏହି ଅବସରରେ ସେମାନଙ୍କୁ ୱିଙ୍ଗ୍ ଲଗାଇ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ।

Comments are closed.