ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ , ଶ୍ରୀମନ୍ଦିର ଉନ୍ନତିକରଣକୁ ପ୍ରଶଂସା

ପୁରୀ – ଓଡ଼ିଶା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଆଜି ସକାଳେ ପୁରୀ ଯାଇ ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି। ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ପ୍ରମୋଦ ମିଶ୍ର । ବହୁତ ବର୍ଷ ପରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ତାଙ୍କୁ ସୁଯୋଗ ମିଳିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ । ଶ୍ରୀମନ୍ଦିରର ଉନ୍ନତିକରଣ ଓ ଭକ୍ତମାନଙ୍କ ପାଇଁ କରାଯାଇଥିବା ସୁବିଧା ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ମାର୍ଗ ମଧ୍ୟ ପରିଦର୍ଶନ କରିଥିଲେ ପ୍ରମୋଦ ମିଶ୍ର । ଶ୍ରୀମନ୍ଦିରର ପୁନଃବିକାଶ ପାଇଁ ଭଲ କାମ ହୋଇଛି ବୋଲି ସେ କହିଛନ୍ତି। ପ୍ରମୋଦ ମିଶ୍ରଙ୍କ ଶ୍ରୀମନ୍ଦିର ପରିଦର୍ଶନ ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.