ଆଜି ମାଟ୍ରିକ ପରୀକ୍ଷା ଶେଷ, ଆସନ୍ତା ୧୫ରୁ ଖାତା ଦେଖା

ଭୁବନେଶ୍ୱର – ଆଜି ସରୁଛି ମାଟ୍ରିକ ପରୀକ୍ଷା । ଫେବ୍ରୁଆରୀ ୨୦ ତାରିଖରେ ପରୀକ୍ଷା ଆରମ୍ଭ ହୋଇଥିଲା । ଚଳିତବର୍ଷ ୨ ହଜାର ୯୯୧ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ । ସେହିପରି ୭ ହଜାର ୮୩୧ ପରୀକ୍ଷାର୍ଥୀ ରାଜ୍ଯ ଓପନ ସ୍କୁଲ ସାର୍ଟିଫିକେଟ ଓ ୩ ହଜାର ୩୭ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେଇଛନ୍ତି । ପରୀକ୍ଷାକୁ ଶୃଙ୍ଖଳିତ ତଥା କପିମୁକ୍ତ କରିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରକୁ ସିସିଟିଭିରେ କଣ୍ଟ୍ରୋଲ ରୁମ ସହ ଯୋଡି ନଜର ରଖାଯାଇଛି । ପରୀକ୍ଷା ପରିଚାଳନାରେ ଏଆଇକୁ ମଧ୍ଯ ସାମିଲ କରାଯାଇଛି । ଆସନ୍ତା ୧୫ରୁ ଖାତା ଦେଖା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।

Comments are closed.