ମନେପଡନ୍ତି ବିଜୁବାବୁ : ପ୍ରବାଦ ପୁରୁଷଙ୍କ ୧୦୮ ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ସଭା ସହ ବିଭିନ୍ନ କାର୍ଯ୍ୟକ୍ରମ

ଭୁବନେଶ୍ୱର- ସ୍ୱାଧୀନତା ସଂଗ୍ରାମୀ , ନିର୍ଭୀକ ପାଇଲଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରବାଦୀ ନେତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଆଜି ୧୦୮ତମ ଜୟନ୍ତୀ । କୃତଜ୍ଞ ରାଜ୍ୟ ନବ ଉତ୍କଳର ଏହି ଅଗ୍ରଗଣ୍ୟ ବିନ୍ଧାଣୀଙ୍କୁ ଆଜି ସ୍ମରଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି ।

ବିଜୁ ଜୟନ୍ତୀ ଉପଲକ୍ଷେ ସାରା ରାଜ୍ୟରେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ସଭା ଆୟୋଜିତ ହେଉଛି । ଶାସକ ବିଜୁ ଜନତା ଦଳ ପକ୍ଷରୁ ବିଜୁବାବୁଙ୍କ ୧୦୮ ତମ ଜୟନ୍ତୀ ବେଶ୍ ଧୁମଧାମରେ ପାଳନ କରାଯାଉଛି । ପ୍ରତି ନିର୍ବାଚନମଣ୍ଡଳୀ, ବ୍ଲକ, ସହରାଞ୍ଚଳ ଓ ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ଯ ସ୍ତରରେ ମହାସମାରୋହରେ ପାଳନ କରାଯାଉଛି । ପ୍ରଭାତରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ସହିତ ଡାକ୍ତରଖାନା, ବୃଦ୍ଧାଶ୍ରମ, ଅନାଥାଶ୍ରମ ଏବଂ ବାଳାଶ୍ରମରେ ଫଳ ବଣ୍ଟନ କରାଯିବ ସାଇକେଲ ଶୋଭାଯାତ୍ରା ଓ ଗଣଦୌଡ଼ ଆୟୋଜନ କରାଯାଉଛି ।
ଆଜି ଅପରାହ୍ନରେ ବିଭିନ୍ନ ସ୍ଥାନରେ ସାଧାରଣ ସଭା ଆୟୋଜନ କରାଯାଇ ବିକାଶ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରାଯିବ । ଆମ ଦେଶ ତଥା ଜାତି ପ୍ରତି କଳିଙ୍ଗବୀରଙ୍କ ଅମୂଲ୍ୟ ଅବଦାନ, ସଶକ୍ତ ଏବଂ ପୂର୍ଣ୍ଣ ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ତାଙ୍କର ଅବିଶ୍ରାନ୍ତ ସଂଗ୍ରାମ ବିଷୟରେ ସବିଶେଷ ଆଲୋଚନା କରାଯିବ। ଉପସ୍ଥିତ ବିଜେଡି ନେତା ଓ କର୍ମୀମାନେ ଏକ ‘ସମୃଦ୍ଧ, ସଶକ୍ତ, ନବୀନ ଓଡ଼ିଶା ଗଠନ ନିମନ୍ତେ ଶପଥ ଗ୍ରହଣ କରିବେ ।

Comments are closed.