କାମ କରୁନି ଫେସବୁକ୍, ଇନଷ୍ଟାଗ୍ରାମ

ନୂଆଦିଲ୍ଲୀ: ମେଟାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ୍ ଓ ଇନଷ୍ଟାଗ୍ରାମ ଅଚଳ ହୋଇପଡ଼ିଛି। ଫେସବୁକ୍ ଓ ଇନଷ୍ଟାଗ୍ରାମ କାମ କରୁନଥିବା ଅଭିଯୋଗ କରିଛନ୍ତିି ୟୁଜର | ଭାରତ ସହ ଅନେକ ଦେଶରେ ଏହି ଦୁଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମଙ୍ଗଳବାର ହଠାତ୍ ଡାଉନ୍ ଥିବା ଅଭିଯୋଗ ହୋଇଛି । ଫେସବୁକ୍ ଆକାଉଣ୍ଟ୍ ଆପେ ଆପେ ଲଗ୍ ଆଉଟ୍ ହୋଇଯାଉଛି | ପୁଣି ଲଗ ଇନ୍ କଲେ ବି ଏରର୍ ମେସେଜ ଦେଖାଉଛି । ଇନଷ୍ଟାଗ୍ରାମର ମଧ୍ୟ ଅନେକ ଫିଚର କାମ କରୁନଥିବା ଅଭିଯୋଗ ହୋଇଛି । ତେବେ ଏନେଇ ମେଟା ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

Comments are closed.