ଚିତା ବାଘ ଛାଲ ଜବତ , ଜଣେ ଗିରଫ

ଫୁଲବାଣୀ – ଏସଟିଏଫକୁ ବଡ଼ ସଫଳତା l କନ୍ଧମାଳର ଫିରିଙ୍ଗିଆ ଥାନା ମଣିପଦର ଗାଁରୁ ଚିତା ବାଘ ଛାଲ ଜବତ କରିଛି ଏସଟିଏଫ । ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ କୁରକନପଲ୍ଲୀର ବିଲରାସେନ କହଁର । ରେଡ୍ ବେଳେ ନଗଦ ୫ ହଜାର ୫ଶହ ଟଙ୍କା ସହ ମାରଣାସ୍ତ୍ର ବି ଜବତ କରିଛି
ଏସଟିଏଫ । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

ଜବତ ଚିତାବାଘ ଛାଲକୁ ପରୀକ୍ଷା ପାଇଁ ଡେରାଡୁନ ପଠାଯିବା ନେଇ ସୂଚନା ରହିଛି। ପୂର୍ବରୁ ଅଭିଯୁକ୍ତ ନାଁରେ ଅନେକ ମାମଲା ରହିଛି । ରବିବାର ରାତିରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ମଣିପଦର ଗାଁରେ ଚିତାବାଘ ଛାଲ ବିଷୟରେ ଖବର ପାଇ ଏସଟିଏଫର ଏକ ଟିମ୍ ସ୍ଥାନୀୟ ପୋଲିସ ସହିତ ଚଢ଼ାଉ କରିଥିଲା । ବାଘ ଛାଲ ସହ ଅଭିଯୁକ୍ତକୁ ଧରିଥିଲା ।

Comments are closed.