କର୍ଣ୍ଣ।ଟକରେ ରହିଛି ” ଏକ କୋଟି ଶିବଲିଙ୍ଗ ବିଶିଷ୍ଠ ମନ୍ଦିର “

ଦେଶ ବିଦେଶରେ ଏମିତି ଅନେକ ମନ୍ଦିର ଅଛି। ସବୁ ମନ୍ଦିରରେ ସେଠାକାର ଆରାଧ୍ୟ ଦେବତା ରହିଛନ୍ତି। ତେବେ ପ୍ରତ୍ୟେକ ଧର୍ମାବଲମ୍ବି ମାନଙ୍କ ଠାରୁ ବିଶେଷତଃ ଶୈବ ଧର୍ମାବଲମ୍ବିଙ୍କ ସଂଖ୍ୟା ଅଧିକ ଦେଖାଯାଇଥାନ୍ତି।ତେବେ ବିଶ୍ୱରେ ଅନେକ ଶିବ ମନ୍ଦିର ରହିଛି। ଆପଣ ମଧ୍ୟ ଭଗବ।ନ ଶିବଙ୍କ ଅନେକ ସୁନ୍ଦର ମନ୍ଦିର ଦେଖିଥିବେ। ଏଠ।ରେ ଏମିତି ଏକ ମନ୍ଦିର ସମ୍ପର୍କରେ କୁହ।ଯ।ଇଛି, ଯେଉଁଠି ୧ କୋଟି ଶିବଲିଙ୍ଗ ନିର୍ମ।ଣ କର।ଯ।ଇଛି। କର୍ଣ୍ଣ।ଟକରେ ଥିବ। ଏହି ଶିବ ମନ୍ଦିରରେ ଗୋଟିଏ କିମ୍ବ। ଦୁଇଟି ନୁହେଁ ୧ କୋଟି ଶିବଲିଙ୍ଗ ସ୍ଥ।ପନ। କର।ଯ।ଇଛି।

କର୍ଣ୍ଣ।ଟକର କୋଲ।ରରେ ରହିଛି ଏହି ସୁନ୍ଦର ମନ୍ଦିର। ଏହି ମନ୍ଦିରର ସ୍ଥ।ପନ। ଏକ ଅଭିଶ।ପ କ।ରଣରୁ ହୋଇଥିଲ। ବୋଲି କୁହାଯାଏ। କିମ୍ବଦନ୍ତୀ ଅନୁସ।ରେ ଭଗବ।ନ ଇନ୍ଦ୍ରଙ୍କୁ ଗୌତମ ନ।ମକ ଜଣେ ଋଷି ଅଭିଶ।ପ ଦେଇଥିଲେ। ଇନ୍ଦ୍ର ଦେବ ଏହି ଅଭିଶ।ପରୁ ମୁକ୍ତି ପ।ଇବ। ପାଇଁ କୋଟିଲେଶ୍ବର ମନ୍ଦିରରେ ଶିବଲିଙ୍ଗ ସ୍ଥ।ପନ କରିଥିଲେ। ଏହି ମନ୍ଦିରରେ ସ୍ଥିତ ଶିବଲିଙ୍ଗର ଉଚ୍ଚତ। ୧୦୮ ଫୁଟ୍ ରହିଥିବ। ବେଳେ ଏହ।କୁ ସବୁଠୁ ଉଚ୍ଚ ଶିବଲିଙ୍ଗ ବୋଲି କୁହ।ଯ।ଏ। ମନ୍ଦିରର ଚତୁଃପ।ର୍ଶ୍ବରେ ପ।ଖ।ପ।ଖି ୧ କୋଟି ଶିବଲିଙ୍ଗ ସ୍ଥ।ପିତ କର।ଯ।ଇଛି। ଏଥିସହିତ ଦେବୀ ମ।, ଶ୍ରୀ ଗଣେଶ ଏବଂ ଶ୍ରୀ କୁମ।ରସ୍ବ।ମୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ରହିଛି। ଛୋଟ ଛୋଟ ଶିବଲିଙ୍ଗ ମଝିରେ ନନ୍ଦୀଙ୍କ ମୂର୍ତ୍ତି ରହିଛି। ଏଠ।ରେ ସ୍ଥ।ପନ। ହୋଇଥିବ। ନନ୍ଦୀ ଭଗବ।ନଙ୍କ ଏହି ମୂର୍ତ୍ତି ୩୫ ଫୁଟ୍ ଉଚ୍ଚ, ୬୦ ଫୁଟ୍ ଲମ୍ବ, ୪୦ ଫୁଟ୍ ଚଉଡାରେ ତିଆରି କରାଯାଇଛି।

ଏହି ମନ୍ଦିରରେ ଦିନକୁ ଦିନ ଶିବଲିଙ୍ଗ ସଂଖ୍ୟ। ବଢ଼ିବ।ରେ ଲ।ଗିଛି। ଲୋକେ ନିଜ ମ।ନସିକ ପୂରଣ ହେଲ। ପରେ ଏଠ।ରେ ଶିବଲିଙ୍ଗ ସ୍ଥ।ପନ। କରିଥାନ୍ତି। ମାନସିକ ପୂରଣ ହେବା ପରେ ନିଜ ନ।ମରେ ୧ ଫୁଟରୁ ୩ ଫୁଟ ପର୍ଯ୍ୟନ୍ତ ଏହି ମନ୍ଦିରରେ ଶିବଲିଙ୍ଗ ପ୍ରତିଷ୍ଠ। କରନ୍ତି ଶ୍ରଦ୍ଧାଳୁ ।

ଆହୁରିମଧ୍ୟ କୋଟିଲିଙ୍ଗଶ୍ୱର ଧ।ମ ମନ୍ଦିର ପରିସରେ ଥିବ। ଦୁଇଟି ବୃକ୍ଷରେ ହଳଦିଆ ସୂତା ବାନ୍ଧିବା ଦ୍ୱାରା ପ୍ରତ୍ୟେକ ଇଚ୍ଛ। ପୂରଣ ହୁଏ ବୋଲି ଏଠାକୁ ଆସିଥିବା ଭକ୍ତ ମାନେ କୁହନ୍ତି ।

Comments are closed.