ଓଡ଼ିଶାର ଦୀର୍ଘତମ ଫ୍ଲାଏଓଭର ଓ ଦୀର୍ଘତମ ସେତୁର ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜି ବିଭିନ୍ନ ଜିଲ୍ଲାରେ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ବଲାଙ୍ଗୀର, କେନ୍ଦୁଝର, ଖୋର୍ଦ୍ଧା ଓ ବୈ।ଦ୍ଧ ଜିଲ୍ଲାରେ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ଏଥିମଧ୍ୟରେ ରହିଛି ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ପୀଠର ଉନ୍ନତିକରଣ ପ୍ରକଳ୍ପ, କେନ୍ଦୁଝର ଯୋଡ଼ାରେ ୩ କିଲୋମିଟର ବିଶିଷ୍ଟ ଓଡ଼ିଶାର ଦୀର୍ଘତମ ଫ୍ଲାଏଓଭର, ଖୋର୍ଦ୍ଧା ଜିଲ୍ଲା ଜଟଣୀ କୁଦିଆରୀରେ ୭୬୨ ମିଟର ଦୈର୍ଘ୍ୟ ବିଶିଷ୍ଟ ରେଳ ଓଭରବ୍ରିଜ । ବୈ।ଦ୍ଧ ଜିଲ୍ଲାରେ ତିନିଟି ସେତୁ ପ୍ରକଳ୍ପର ମଧ୍ୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏଥିମଧ୍ୟରେ ରହିଛି ଆଠମଲ୍ଲିକ – ଧଳପୁର ରାସ୍ତାରେ ମହାନଦୀ ଉପରେ ଓଡ଼ିଶାର ଦୀର୍ଘତମ ସେତୁ , ରାକଡୋର -ଫସାଦ ରାସ୍ତାରେ ତେଲ ନଦୀ ଉପରେ ସେତୁ ଓ ବୈ।ଦ୍ଧ -ମର୍ଯ୍ୟାକୁଦ ସଂଯୋଗୀକରଣ ରାସ୍ତାରେ ମହାନଦୀ ଉପରେ ସେତୁ ।

ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲା ନେମାଳରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ଓ ଖୋର୍ଦ୍ଧା ଜିଲ୍ଲା ମା’ ଉଗ୍ରତାରା ଶକ୍ତିପୀଠର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିସହ ବୈ।ଦ୍ଧ ଜିଲ୍ଲାର ବାଉଁଶୁଣୀ – ବୀରମହାରାଜପୁର ସଂଯୋଗୀକରଣ ରାସ୍ତାରେ ମହାନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ କରିବେ ।

Comments are closed.