ଜାମୁଝରୀରେ ସବୁଜ ବଳୟ ଆଦର୍ଶ କାରାଗାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର – ଜାମୁଝରୀରେ ଏକ ସବୁଜ ବଳୟ ଆଦର୍ଶ କାରାଗାର ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ନିର୍ମାଣ ହେଲେ ଜାମୁଝରୀ ହେବ ରାଜ୍ୟର ସବୁଠାରୁ ବଡ ଓ ପ୍ରଥମ ସବୁଜ ବଳୟ ଆଦର୍ଶ କାରାଗାର । ଜେଲଟି ସଂପୂର୍ଣ୍ଣ ଆଶ୍ରମ ଢାଞ୍ଚାରେ ନିର୍ମାଣ କରାଯିବ । ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଉନ୍ନତ ଭିତ୍ତିଭୂମି ନିର୍ମାଣ କରିବା ପାଇଁ ଅନେକ ରିସର୍ଚ୍ଚ ଓ ଡିଜାଇନ୍ ପ୍ରସ୍ତୁତ କରାଯାଇଥିଲା । ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍ ବେଙ୍ଗାଲୁରୁ, ହାଇଦ୍ରାବାଦ୍, ଗୁରଗାଓଁ, ରୋହତକ, ପାନିପଥ, ଅମୃତସର, ଦିଲ୍ଲୀର ତିହାର ଓ ମଡେଲ ଜେଲ୍ ଏବଂ ହରିଆନାର ନୁହ୍ ଜେଲ ପରିଦର୍ଶନ ପରେ ଜମୁଝରୀ ସବୁଜ ବଳୟ ମଡେଲ କାରାଗାରର ଡିଜାଇନ୍ ପ୍ରସ୍ତୁତ କରିଛନ୍ତି । ୫-ଟି ଉପକ୍ରମରେ ନିର୍ମାଣ କରାଯିବ ଏହି କାରାଗାର । ଏହି ମଡେଲ ଜେଲରେ ପ୍ରଥମ ପର୍ଯ୍ୟାୟରେ ୨ ହଜାର ୫ଶହ କଏଦୀ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨ ହଜାର ୫ଶହ କଏଦୀ ରହିବାର କ୍ଷମତା ରହିବ ।

ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ଯକ୍ରମରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଗୃହମନ୍ତ୍ରୀ ତୁଷାରକାନ୍ତି ବେହେରା, ଜେଲ ଡିଜି ଅମ୍ରିତ ପ୍ରସାଦ, ଜେଲ ଏଡିଜି ଅମିତାଭ ଠାକୁର, ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

Comments are closed.