ଜିଲ୍ଲା ପ୍ରଶାସନ ଓ ଏମସିଏଲ୍ ଚୁକ୍ତି ସ୍ବାକ୍ଷର, ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ସହଯୋଗ କରିବ ଏମସିଏଲ୍

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲା ପ୍ରଶାସନ ଏବଂ ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ ମଧ୍ୟରେ ୧୧.୬ କୋଟି ଟଙ୍କାର ଚୁକ୍ତି ସ୍ଵାକ୍ଷରିତ ହୋଇଛି । ଜିଲ୍ଲାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ଏହି ଚୁକ୍ତିବଳରେ ଏମସିଏଲ ସହଯୋଗ କରିବ । ଟେରାକୋଟା ସ୍କିଲ ସେଣ୍ଟର ପାଇଁ ୩ କୋଟି ୫୦ ଲକ୍ଷ , ଭୀମଭୋଇ ମେଡ଼ିକାଲ ବିଭିନ୍ନ ମେସିନ ତଥା ଉପକରଣ ପାଇଁ ୨ କୋଟି ୬୬ ଲକ୍ଷରୁ ଉର୍ଦ୍ଧ ,କଣ୍ଟାବାଞ୍ଜି ଉପଖଣ୍ଡ ସ୍ତରୀୟ ହସପିଟାଲ ଅକ୍ସିଜେନ ପାଇପଲାଇନ ପାଇଁ ୧.୫ କୋଟି, ଦୁଗ୍ଧ ଚାଷୀଙ୍କ ପ୍ରଶିକ୍ଷଣ ନିମନ୍ତେ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ୧.୮୮ କୋଟି , ଏସସି ଏସଟି ବିଭିନ୍ନ ହଷ୍ଟେଲ ଗୁଡିକରେ ଇନ୍ଭର୍ଟର ପାଇଁ ୪୯ ଲକ୍ଷ , ୩୦ ଇ ରିକ୍ସା ପାଇଁ ୪୧ ଲକ୍ଷ ୧୦ ହଜାର ,ପାଟଣାଗଡ଼ ହସପିଟାଲରେ ଧାଡ଼ି ମ୍ୟାନେଜମେନ୍ଟ ସିଷ୍ଟମ ନିମନ୍ତେ ୨୦ ଲକ୍ଷ , ସ୍ଵଧାର ଗୃହ ପାଇଁ ୧୫ ଲକ୍ଷ , ଟିଟିଲାଗଡ ବର୍ଜ୍ୟବସ୍ତୁ ପରିଚାଳନା ଗାଡି ନିମନ୍ତେ ୧୫ ଲକ୍ଷ ୫୦ ହଜାର ଏବଂ କଣ୍ଟାବାଞ୍ଜି ପାଇଁ ୧୧ ଲକ୍ଷ , ଜିପିଏସ ଦ୍ବାରା ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବଲାଙ୍ଗୀର ସହର ପାଇଁ ୧୫ ଲକ୍ଷ , ଅନ୍ଵେଷା ହଷ୍ଟେଲରେ ୪ ଟି ଲାଇବ୍ରେରୀ ପାଇଁ ୪ ଲକ୍ଷ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ଏହି ଟଙ୍କା ବିନିଯୋଗ ହେବ । ୧୧ କୋଟି ୬୧ ଲକ୍ଷ ୩୧ ହଜାର ୯୮୮ ଟଙ୍କାର ଅନୁଦାନ ଜିଲ୍ଲାକୁ ମିଳିବ ।

Comments are closed.