ସର୍ବଭାରତୀୟ ପୋଲିସ ୱାଟର ସ୍ପୋର୍ଟସ ଚାମ୍ପିଅନସିପ: ଓଡ଼ିଶା ପୋଲିସର ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

ଭୁବନେଶ୍ୱର – ନିକଟରେ ଶ୍ରୀନଗରରେ ଅନୁଷ୍ଠିତ ୨୩ତମ ସର୍ବଭାରତୀୟ ପୋଲିସ ୱାଟର ସ୍ପୋର୍ଟସ ଚାମ୍ପିଅନସିପ ୨୦୨୩-୨୪ରେ ଓଡ଼ିଶା ପୋଲିସ ରୋଇଂ ଦଳ ୪ଟି ରୋୖପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛି । ପଦକ ବିଜୟୀ ରୋଇଂ ଟିମର ସଦସ୍ୟମାନଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ ଆଜି ସମ୍ବର୍ଦ୍ଧିତ କରିଛନ୍ତି। ଆଗକୁ ମଧ୍ୟ ଭଲ ପ୍ରଦର୍ଶନ କରି ଓଡ଼ିଶା ପୋଲିସ ପାଇଁ ଗୈାରବ ଆଣିବାକୁ ଡିଜିପି ରୋଇଂ ଟିମର ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ ।

Comments are closed.