ନିର୍ବାଚନ ପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର – ରାଜ୍ୟରେ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ନେଇ ପ୍ରସ୍ତୁତିର ସମୀକ୍ଷା କରିବାକୁ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହେଉଛି । ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଛନ୍ତି। ନିର୍ବାଚନ ପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି ଉପରେ ସମୀକ୍ଷା କରୁଛନ୍ତି ଡିଜିପି । ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ସୈ।ମେନ୍ଦ୍ର ପ୍ରିୟଦର୍ଶୀ , ଏଡିଜି ( ଆଇନ ଶୃଙ୍ଖଳା) ସଂଜୟ କୁମାର ବୈଠକରେ ସାମିଲ ହୋଇଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ସବୁ ଜିଲ୍ଲାର ଏସପି ବୈଠକରେ ସାମିଲ ହୋଇଛନ୍ତି।

Comments are closed.