କଂଗ୍ରେସକୁ ଆଉ ଏକ ଝଟକା, ଦଳରୁ ଇସ୍ତଫା ଦେଲେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ

ଭୁବନେଶ୍ୱର – ନିର୍ବାଚନ ପୂର୍ବରୁ ଦଳ ଡିଆଁ ଓ ଇସ୍ତଫାର ପର୍ବ ଜାରି ରହିଛି। ଏ କ୍ରମରେ ଆଜି ରାଜ୍ୟ କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି । ଦଳରୁ ଇସ୍ତଫା ଦେଇଛନ୍ତି ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ। ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ଅଧୀରାଜ କଂଗ୍ରେସର ହାତ ଛାଡି ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ୨୫ ବର୍ଷ କାଳ କଂଗ୍ରେସରେ ଥିଲେ ଅଧୀରାଜ। ପୂର୍ବରୁ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ସମେତ ଆଉ କିଛି ନେତା ମଧ୍ୟ ନିକଟରେ ହାତ ଛାଡି ଅନ୍ୟ ଦଳରେ ଯୋଗ ଦେଇଛନ୍ତି।

Comments are closed.