ବାଇକ ଡିକିରୁ ୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର – ସାମାନ୍ୟ ଅସାବଧାନତାରୁ ୫ ଲକ୍ଷରୁ ଅଧିକ ଟଙ୍କା ୫ ମିନିଟରେ ଲୁଟି ନେଲେ ଲୁଟେରା । ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜୟପ୍ରକାଶ ନଗରରେ ଗାଡ଼ି ଡିକିରୁ ଜଣେ ବ୍ୟକ୍ତିଙ୍କ ୫ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍ କରି ପଳାଇଛନ୍ତି ଲୁଟେରା । ଏସବୁ ଟଙ୍କା ସୁନାଦେଈ ଗାଁର ଜୟକୃଷ୍ଣ ମହାରଣାଙ୍କର ବୋଲି ଜଣାପଡିଛି। ଜୟକୃଷ୍ଣ ଆକ୍ସିସ ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ୍ ଡିକିରେ ରଖି ଚା’ ପିଇବା ପାଇଁ ଅଟକିଥିଲେ । ସେତେବେଳେ ଦୁଇ ଲୁଟେରାଙ୍କ ମଧ୍ୟରୁ ଜଣେ ବାଇକ୍ ଡିକି ଖୋଲି ଟଙ୍କା ନେଇ ବାଇକରେ ଅପେକ୍ଷା କରିଥିବା ଆଉ ଜଣେ ଲୁଟେରା ସହ ଚମ୍ପଟ ମାରିଥିଲା । ସିସିଟିଭି କ୍ୟାମେରାରେ କଏଦ ହୋଇଛି ଲୁଟର ଦୃଶ୍ୟ।ଘଟଣାରେ ବୈଦ୍ୟନାଥପୁର ପୋଲିସର ତଦନ୍ତ ଜାରି ରହିଛି।

Comments are closed.