ଆଜିଠୁ ପ୍ରଥମ ପର୍ଯ୍ୟାୟ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ

ଭୁବନେଶ୍ୱର – ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ । ଦୁଇଟି ପର୍ଯ୍ୟାୟରେ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ । ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଆଜିଠୁ ଏପ୍ରିଲ ୨ ତାରିଖ ଯାଏଁ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଏପ୍ରିଲ ୪ତାରିଖରୁ ୧୫ ଯାଏଁ ଚାଲିବ। ମୋଟ ୬୯ଟି ଅଫଲାଇନ ୪୧ଟି ଅନଲାଇନ କେନ୍ଦ୍ରରେ ହେବ ପରୀକ୍ଷା ଖାତା ମୂଲ୍ୟାୟନ। ପ୍ରଥମ ପର୍ଯ୍ୟାୟରେ ୨ ହଜାର ୮୦୦ ଅଧ୍ୟାପକ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୩ ହଜାର ୭୦୦ ଜଣ ଅଧ୍ୟାପକ ଖାତା ମୂଲ୍ୟାୟନ କରିବେ । ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ବିଷୟରେ ପରୀକ୍ଷା ଖାତା ଅନଲାଇନରେ ମୂଲ୍ୟାଙ୍କନ କରାଯିବ । ଅନ୍ୟ ସମସ୍ତ ବିଭାଗର ବିଷୟ ଗୁଡ଼ିକ ଅଫଲାଇନରେ କରାଯିବ ।

ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ସେଥିରୁ ୩ ଲକ୍ଷ ୬୦ ହଜାର ୧୯୮ ରେଗୁଲାର ଓ ୨୬ ହଜାର ୫୨ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ରହିଛନ୍ତି । ମୋଟ ୧ ଲକ୍ଷ ୯୯ ହଜାର ୩୬୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଛାତ୍ରଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୮୬ ହଜାର ୮୮୯ । ସେହିଭଳି ଭାବରେ କଳା ବିଭାଗରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନ ବିଭାଗରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟ ବିଭାଗରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ବିଭାଗରେ ୫ ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ କପି କରି ଧରା ପଡିଛନ୍ତି ୬୪୯ ଜଣ ଛାତ୍ର ଛାତ୍ରୀ।

Comments are closed.