ଅମୃତ ଋତୁରାଜ ଢେଙ୍କାନାଳର ନୂଆ ଜିଲ୍ଲାପାଳ

ଭୁବନେଶ୍ୱର – ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ବଦଳିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ। ଅମୃତ ଋତୁରାଜ ଢେଙ୍କାନାଳର ନୂଆ ଜିଲ୍ଲାପାଳ ହୋଇଛନ୍ତି । ସେହିପରି ଦଳ ଦେବଗଡ ଏସପି ଓ କଟକ ଗ୍ରାମାଞ୍ଚଳ ଏସପିଙ୍କୁ ବି ବଦଳି କରାଯାଇଛି। ଅନୁପମା ଜେମ୍ସ ଦେବଗଡ଼ର ନୂଆ ଏସପି ନିଯୁକ୍ତ ହୋଇଥିବା ବେଳେ ଏଲ. ଦିବ୍ୟା କଟକ ଗ୍ରାମାଞ୍ଚଳ ଏସପି ହୋଇଛନ୍ତି । ନିଯୁକ୍ତି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଢେଙ୍କାନାଳ ଜିଲ୍ଲାପାଳ, ଦେବଗଡ ଏସପି ଓ କଟକ ଗ୍ରାମାଞ୍ଚଳ ଏସପି ଅଣକ୍ୟାଡର ଅଧିକାରୀ ହୋଇଥିବାରୁ ନିର୍ବାଚନ ଦୃଷ୍ଟିରୁ ସେମାନଙ୍କର ବଦଳି ପାଇଁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ।

Comments are closed.