ଲାଞ୍ଚ ନେବାବେଳେ ଧରାପଡିଲେ ଥାନା ବାବୁ

ଭୁବନେଶ୍ୱର – ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଥାନା ବାବୁ। ଭୁବନେଶ୍ୱର ସହିଦ ନଗର ଥାନା ସବ୍ ଇନ୍ସପେକ୍‌ଟର ପ୍ରିୟବ୍ରତ ପ୍ରଧାନ ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ ଫେରାଇ ଦେବା ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

ଡ୍ରାଇଭିଂ ଲାଇସେନ୍ସ ଫେରାଇ ଦେବାକୁ ଅଭିଯୋଗକାରୀ ବ୍ୟକ୍ତିଙ୍କୁ ମୋଟ ୫ ହଜାର ଟଙ୍କା ମାଗିଥିଲେ ସବ୍‌-ଇନ୍ସପେକ୍‌ଟର । ଅଭିଯୋଗକାରୀ ଗତ ୨୧ ତାରିଖରେ ତାଙ୍କୁ ୩ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଆଉ ୨ ହଜାର ଟଙ୍କା ନ ଦେଲେ ଡ୍ରାଇଭିଂ ଲାଇସେନ୍ସ ଦେବେ ନାହିଁ ବୋଲି ସବ୍‌-ଇନ୍ସପେକ୍ଟର କହିଥିଲେ। ଏହା ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ସବ୍ ଇନ୍ସପେକ୍ଟର ପ୍ରିୟବ୍ରତଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ।

ସବ୍‌-ଇନ୍ସପେକ୍‌ଟର ଧରାପଡ଼ିବା ପରେ ତାଙ୍କର ଦୁଇଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।

Comments are closed.