ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ତାଲିକା ନେଇ ବଢୁଛି ଉତ୍କଣ୍ଠା : ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଘୋଷଣା ସମ୍ଭାବନା

ଭୁବନେଶ୍ୱର – ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ୧୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ଆଉ ତିନିଟି ଆସନରେ ପ୍ରାର୍ଥୀ ନେଇ ନିଷ୍ପତ୍ତି ନେଇନାହିଁ ବିଜେପି । କଟକ, ଯାଜପୁର ଓ କନ୍ଧମାଳ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ।

ଓଡ଼ିଶାରେ ପ୍ରଥମ ଦଳ ଭାବେ ବିଜେପି ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏବେ ସମସ୍ତଙ୍କର ନଜର ରହିଛି ଶାସକ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ତାଲିକା ଉପରେ । ଉତ୍ସୁକତା ବଢ଼ିବାରେ ଲାଗିଛି। ହୁଏ ତ ଦୁଇ ଦଳ ଆଗପଛ ହୋଇ ଚଳିତ ମାସ ଶେଷରେ ଓ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ତାଲିକା ଘୋଷଣା କରିପାରନ୍ତି।
ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ଶାସକ ବିଜେଡିରେ ବ୍ୟାପକ ବିଚାରବିମର୍ଶ ଓ ଆଲୋଚନାର ପର୍ବ ଜାରି ରହିଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଓ ଅନ୍ୟ ବରିଷ୍ଠ ନେତାଏଁ ବିଭିନ୍ନ ସଂସଦୀୟ କ୍ଷେତ୍ରର ସମୀକ୍ଷା କରୁଛନ୍ତି। ଅର୍ଦ୍ଧାଧିକ ଲୋକସଭା ଆସନର ସମୀକ୍ଷା ସରିଛି । ଆଉ କିଛି କ୍ଷେତ୍ରରେ ସମୀକ୍ଷା ବାକି ରହିଛି । ଟିକେଟ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ବୋଧହୁଏ କୈାଣସି ତରବରିଆ ନିଷ୍ପତ୍ତି ନେବାକୁ ଚାହୁଁନି ବିଜେଡି । ତେଣୁ ବିଜେଡିର ଲୋକସଭା ପ୍ରାର୍ଥୀ ତାଲିକା ସାମାନ୍ୟ ବିଳମ୍ବିତ ହୋଇପାରେ । ବିଜେଡି ସୁପ୍ରିମୋ ନିଜର ଅଦ୍ୱିତୀୟ ରଣନୀତି ପାଇଁ ପରିଚିତ । ସବୁବେଳେ ସରପ୍ରାଇଜ୍ ଦିଏ ବିଜେଡି । ଏ ଦୃଷ୍ଟିରୁ ସ୍ୱାଭାବିକ ଭାବେ ବିଜେଡିର ପ୍ରାର୍ଥୀ ତାଲିକା ନେଇ ଅଧିକ ଉତ୍କଣ୍ଠା ସୃଷ୍ଟି ହୋଇଛି ।

ଏଥର ବିଜେଡି ଥିଙ୍କଟ୍ୟାଙ୍କ ପୁରୁଣାଙ୍କୁ ରିପିଟ୍ କରିବେ ନା ନୂଆ ଚେହେରାଙ୍କୁ ମଇଦାନକୁ ଓହ୍ଲାଇବେ, ସେ ନେଇ ଉତ୍ସୁକତା ବଢ଼ିଛି।

ସେହିପରି କଂଗ୍ରେସ ପ୍ରାର୍ଥୀ ତାଲିକାକୁ ମଧ୍ୟ ଅପେକ୍ଷା କରାଯାଇଛି । କିଛି କହୁଛନ୍ତି ଯେ, ଦଳର ପ୍ରାର୍ଥୀ ହେବା ପାଇଁ ନେତାଙ୍କ ଅଭାବ ରହିଛି । ୨୮ ତାରିଖ ବେଳକୁ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବା ସମ୍ଭାବନା ରହିଛି।
ଆସନ୍ତାକାଲି ବିଜେଡିର ଚୂଡ଼ାନ୍ତ ସମୀକ୍ଷା ବୈଠକ ବସିବ ।ଯାଉଛି । ଏହି ବୈଠକରେ ୪ଟି ଲୋକସଭା ଆସନ ନେଇ ସମୀକ୍ଷା ହେବ । ଏପ୍ରିଲ ପ୍ରଥମ ସପ୍ତାହରେ ବିଜେଡି ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କରିପାରେ ।

Comments are closed.