ଲୋକସଭା ପ୍ରାର୍ଥୀ ଘୋଷିତ ହେବା ପରେ ପ୍ରଥମ ଥର ସମ୍ବଲପୁର ଗସ୍ତରେ ପ୍ରଣବ ପ୍ରକାଶ ଦାସ

ସମ୍ବଲପୁର – ବିଜେଡିର ଲୋକସଭା ପ୍ରାର୍ଥୀ ଭାବେ ଘୋଷିତ ହେବା ପରେ ଆଜି ପ୍ରଥମଥର ପାଇଁ ସମ୍ବଲପୁର ଗସ୍ତରେ ଯାଇଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଦଳୀୟ ସମର୍ଥକଙ୍କ ସହ ପ୍ରଣବ ପ୍ରଥମେ ସମଲେଶ୍ୱରୀ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିଛନ୍ତି । ଏହି ଅବସରରେ ପ୍ରଣବ କହିଛନ୍ତି ଯେ, ସମ୍ବଲପୁର ମାଟି ସହ ତାଙ୍କ ପରିବାରର ୬୦ ବର୍ଷର ସମ୍ପର୍କ । ଏ ମାଟି ସହ ତାଙ୍କ ବାପାଙ୍କର ସୁସମ୍ପର୍କ ରହିଥିଲା । ସମ୍ବଲପୁର ଆସିଲା ପରେ ତାଙ୍କୁ ତାଙ୍କ ଘରେ ଛିଡା ହେବା ପରି ଲାଗୁଛି । ତେବେ ସମ୍ବଲପୁରକୁ ଉନ୍ନତିର ଶିଖରକୁ ନେବା ସହ ଏହାର ରୂପାନ୍ତରୀକରଣ ପାଇଁ ତାଙ୍କୁ ଏଠାରେ ପ୍ରାର୍ଥୀ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ସମ୍ବଲପୁରବାସୀଙ୍କ ଉପରେ ସେ ଭରସା କରିଛନ୍ତି । ସେମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇବେ ବୋଲି ତାଙ୍କର ଦୃଢ ବିଶ୍ୱାସ ରହିଛି ବୋଲି ପ୍ରଣବ ପ୍ରକାଶ ଦାସ କହିଛନ୍ତି।

Comments are closed.