କଂଗ୍ରେସ ଛାଡିଲେ ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର – ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ଦଳରୁ ଟାଣୁଆ ନେତାଙ୍କ ପଳାୟନ ଜାରି ରହିଛି। ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଚିରଞ୍ଜୀବ ବିଶ୍ୱାଳ। ଜଗତସିଂହପୁର ଜିଲ୍ଲାର ଜଣେ ଟାଣୁଆ କଂଗ୍ରେସ ନେତା ଭାବେ ପରିଚିତ ଚିରଞ୍ଜୀବ ବିଶ୍ଵାଳ ହେଉଛନ୍ତି ପୂର୍ବତନ ଉପମୁଖ୍ୟ ବସନ୍ତ ବିଶ୍ୱାଳଙ୍କ ପୁଅ । ୨୦୧୪ରେ ସେ ଜଗତସିଂହପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ସେ ଏହି ଆସନରୁ ଲଢିଥିଲେ ମଧ୍ୟ ହାରି ଯାଇଥିଲେ ।

ଚିରଞ୍ଜୀବ ବିଶ୍ୱାଳ ପିସିସି କାର୍ଯ୍ୟକାରୀ ସଭାପତି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ଗତବର୍ଷ ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ତାଙ୍କୁ ନିଲମ୍ୱନ କରାଯାଇଥିଲା । ପରେ ଏହି ଆଦେଶ ଉଠାଇ ନିଆଯାଇଥିଲା।

Comments are closed.