ଅସହ୍ୟ ଗ୍ରୀଷ୍ମ ପ୍ରବାହ: ସାଢେ ୨ଟା ସୁଦ୍ଧା ୩୮ ଡିଗ୍ରୀ ସେଲସିୟସ ଉପରେ ୭ ସହରର ତାପମାତ୍ରା

ଭୁବନେଶ୍ୱର – ରାଜ୍ୟରେ ଅସହ୍ୟ ଖରା ତାତି । ପ୍ରବଳ ଗରମରେ ଲୋକେ ଅସ୍ତବ୍ୟସ୍ତ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଦିନ ସାଢେ ୨ଟା ବେଳକୁ ରାଜ୍ୟର ୭ଟି ସହରର ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ଉପରେ ରହିଥିଲା। ୩୯ ଦଶମିକ ୬ ଡିଗ୍ରୀ ସେଲସିୟସ ସହ ଚାନ୍ଦବାଲି ଥିଲା ରାଜ୍ୟର ଉତ୍ତପ୍ତ ସହର। ରାଜଧାନୀ ଭୁବନେଶ୍ଵରରେ ତାପମାତ୍ରା ୩୯.୪ ଓ ଝାରସୁଗୁଡାରେ ୩୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।ବାଲେଶ୍ୱରରେ ୩୮.୫ , ସମ୍ବଲପୁରରେ ୩୮.୫,
ହୀରାକୁଦରେ ୩୮.୫,କେନ୍ଦୁଝରରେ ୩୭.୮, ରାଉରକେଲାରେ ୩୮.୧, ପୁରୀରେ ୩୩.୫, ପାରାଦୀପରେ ୩୩.୧ ଓ ଗୋପାଳପୁରରେ ୩୧.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

Comments are closed.