ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ

ଭୁବନେଶ୍ବର – ଲୋକପ୍ରିୟ ଭଜନ ଗାୟିକା ଶାନ୍ତିଲତା ବାରିକଙ୍କ ପରଲୋକ ହୋଇଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଶାନ୍ତିଲତା ବାରିକ । ତାଙ୍କର ମୃତ୍ୟୁ ନେଇ ସ୍ବାମୀ ବସନ୍ତ କୁମାର ଛୋଟରାୟ ସୂଚନା ଦେଇଛନ୍ତି। ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ଅଶୀ ଦଶକରେ ଓଡ଼ିଆ ସଙ୍ଗୀତ ଜଗତରେ ଭଜନ ଗାନ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ଶାନ୍ତିଲତା ବାରିକ । ଓଡ଼ିଶୀ ସଙ୍ଗୀତ ରେ ମଧ୍ୟ ଶାନ୍ତିଲତା ଲୋକପ୍ରିୟତା ହାସଲ କରିଥିଲେ।

Comments are closed.