ଅଢେ଼ଇ ପାଦ ଦୂରରେ ବିରାଜମାନ କରିଛନ୍ତି ସିରୁଳି ମହାବୀର

ପୁରୀରୁ ୩୩ କି.ମି ଦୂରରେ ସିରୁଳି ଗ୍ରାମରେ ଅବସ୍ଥିତ ସିରୁଳି ମହାବୀର ଓଡ଼ିଶାରେ ଥିବା ମୁଖ୍ୟ ହନୁମାନ ପୀଠ ମାନଙ୍କ ମଧ୍ୟ ରେ ଅନ୍ୟତମ । ଏଠାରେ ଅବସ୍ଥିତ ମହାବୀରଙ୍କ ବିଗ୍ରହ ପ୍ରାୟତଃ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ଅଟେ।

କିମ୍ବଦନ୍ତୀ କୁହେ ମହାବୀର ପ୍ରଥମେ ଶ୍ରୀମନ୍ଦିର ଭିତରେ ଲକ୍ଷ୍ମୀ ମନ୍ଦିର ରେ ଥିଲେ । ରାତ୍ରି ସମୟ ରେ ମହାବୀରଙ୍କ ନିଶ୍ବାସର ଶବ୍ଦ (ଘୁଙ୍ଗୁଡ଼ି) ମହାଲକ୍ଷ୍ମୀଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କଳା ଓ ମା ଏହା ମହାପ୍ରଭୁ ଶ୍ରଜଗନ୍ନାଥଙ୍କଙ୍କ ନିକଟରେ ଅଭିଯୋଗ କଲେ । ମହାପ୍ରଭୁ ଏହାପରେ ହନୁମାନଙ୍କୁ ଡାକି କହିଲେ, ହେ ଭକ୍ତ ଶ୍ରେଷ୍ଠ! ଆପଣଙ୍କ ନିଶ୍ବାସ ଶବ୍ଦ ମହାଲକ୍ଷ୍ମୀଙ୍କ ନିଦ୍ରାରେ ବାଧା ଉପୂଜାଉଚି ତେଣୁ ତୁମେ ଶ୍ରୀମନ୍ଦିର ଠୁ କିଛି ଦୂରକୁ ଚାଲିଯାଅ । ଏହା ଶୁଣି ମହାବୀର ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ ଏବଂ କହିଲେ, ହେ ପ୍ରଭୁ ତୁମ କୁ ଛାଡ଼ି ମୁଁ କୁଆଡ଼େ ଯିବି । ମତେ ଏପରି ଆଦେଶ ଦିଅ ନାହିଁ ହେ ମଣିମା । ଏହା ଶୁଣି ମହାପ୍ରଭୁ ହନୁମାନଙ୍କୁ ଅନୁରୋଧ କଲେ ତମେ ଶ୍ରୀ ମନ୍ଦିରଠୁ ଅଢେ଼ଇ ପାଦ ଦୂରରେ ରୁହ ଯେଉଁଠାରୁ ତୁମେ ମୋର ସ୍ୱୋରୁପ ନୀଳଚକ୍ରକୁ ପ୍ରତି ମୁହୁର୍ତ୍ତରେ ଦର୍ଶନ କରିପାରିବ ଓ ମହାଲକ୍ଷ୍ମୀଙ୍କ ନିଦ୍ରାରେ ବି ବ୍ୟାଘାତ ହେବ ନାହିଁ । ତତକ୍ଷଣାତ୍ ମହାବୀର ଶ୍ରୀମନ୍ଦିରଠୁ ଅଢେ଼ଇ ପାଦ ଦୂରକୁ ଚାଲିଗଲେ ଓ ସିରୁଳି ଠାରେ ବିରାଜମାନ କଲେ ।

ଯଦି ଆପଣ ସିରୁଳି ମହାବୀରଙ୍କ ବିଗ୍ରହକୁ ଲକ୍ଷ୍ୟ କରିବେ ଦେଖିବେ ତେବେ ଜାଣିପାରିବେ ମହାବୀରଙ୍କ ଗୋଟିଏ ନେତ୍ର ସର୍ବତ୍ର ନୀଳଚକ୍ରକୁ ଦେଖୁଥିବା ବେଳେ ଅନ୍ୟ ନେତ୍ର ଟି ବିପରୀତ ଡିଗ ଯାହାକି ଶ୍ରୀଲଙ୍କା ଆଡ଼କୁ ଅହରହ ଥାଏ । ଗୋଟିଏ ନେତ୍ର ରେ ସେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ଅନ୍ୟ ନେତ୍ରରେ ସେ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଦେଇଥିବା ପ୍ରତିଜ୍ଞା ଯାହା କି ସେ ବିଭୀଷଣଙ୍କୁ ସର୍ବଦା ସୁରକ୍ଷା ଦେବାର ପାଳନ କରୁଛନ୍ତି । ମହାବୀରଙ୍କ ଏହିଭଳି ବିଗ୍ରହ ସମଗ୍ର ଭାରତ ବର୍ଷରେ ବିରଳ ।

ସିରୁଳି ମହାବୀରଙ୍କ ଅନ୍ୟ ଏକ ବିଚିତ୍ରତା ହେଉଛି ମହାବୀରଙ୍କ ଲାଙ୍ଗୁଳ । ଯାହା କି ମନ୍ଦିର ଠାରୁ ୧୬ କି.ମି ଦୂରରେ କାଣ୍ଡ ଗଦା ଗ୍ରାମରେ ବିଲ ମଧ୍ୟରେ ଦୃଷ୍ଟି ଗୋଚର ହୁଏ ।

Comments are closed.