ଶଙ୍ଖ ଧରିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ୱର – ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଆଜି ବିଜେଡିରେ ସାମିଲ ହୋଇଛନ୍ତି। କିଛି ଦିନ ତଳେ ପ୍ରକାଶ ବିଜେପିରୁ ଇସ୍ତଫା ଦେଇଥିଲେ । ଆଜି ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବରେ ପ୍ରକାଶ ବେହେରା ଦଳରେ ଯୋଗ ଦେଇଛନ୍ତି। ୨୦୧୪ ମସିହାରେ କଂଗ୍ରେସ ଟିକେଟରେ ଲଢି ସାଲେପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପ୍ରକାଶ ବେହେରା । ୨୦୧୯ରେ ସେ ବିଜେପିରେ ସାମିଲ ହେଇଥିଲେ । ୨୦୧୯ ନିର୍ବାଚନରେ ସେ ବିଜେପି ଟିକେଟରେ ସାଲେପୁରରୁ ଲଢ଼ିଥିଲେ।

Comments are closed.