ଗ୍ରୀଷ୍ମ ପ୍ରକୋପ ଯୋଗୁଁ ସମ୍ବଲପୁରରେ ବଦଳିଲା ସ୍କୁଲ୍ ସମୟ

ସମ୍ବଲପୁର – ପ୍ରଚଣ୍ଡ ଖରାତାତି ଯୋଗୁଁ ସମ୍ବଲପୁରରେ ସକାଳୁଆ ସ୍କୁଲ୍ ଟାଇମରେ ପରିବର୍ତ୍ତନ କରାଯାଇଛି । ସକାଳ ସାଢେ ୭ ବଦଳରେ ସକାଳ ୬ଟା ୩୦ରୁ ଦିନ ୧୦ଟା ଯାଏଁ ହେବ ପାଠପଢା ।

ଶ୍ରମିକଙ୍କ କାମ କରିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଦିନ ୧୧ଟାରୁ ସାଢ଼େ ୩ଟା ଯାଏଁ ଶ୍ରମିକମାନେ କାମ କରିପାରିବେ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ସବୁ ସ୍କୁଲରେ ଏହି ମାସ ୨ ତାରିଖରୁ ସକାଳୁଆ ପାଠପଢ଼ା ଆରମ୍ଭ ହୋଇଛି। ସକାଳ ୭ଟା ୩୦ରୁ ଦିନ ୧୧ଟା ଯାଏଁ ସ୍କୁଲରେ ପାଠ ପଢ଼ା ପାଇଁ ସରକାର ଘୋଷଣା କରିଥିଲେ । ତେବେ ସ୍ଥିତି ଅନୁସାରେ ଜିଲ୍ଲାପାଳମାନେ ସମୟ ପରିବର୍ତ୍ତନ କରିପାରିବେ। ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ସକାଳୁଆ ଚାଲିଛି ।

Comments are closed.