କଂଗ୍ରେସରୁ ଇସ୍ତଫା ଦେଲେ ବାପି ସର୍ଖେଲ

ଭୁବନେଶ୍ୱର -ନିର୍ବାଚନ ପୂର୍ବରୁ ପାରାଦୀପର କଂଗ୍ରେସ ନେତା ଅରିନ୍ଦମ ( ବାପି )ସର୍ଖେଲ ଦଳରୁ ଇସ୍ତଫା ଦେଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ବାପି ସର୍ଖେଲ ।

କିଛି ଦିନ ତଳେ ବାପିଙ୍କ ପତ୍ନୀ ମନିଦୀପା ବିଜେଡିରେ ମିଶିଥିଲେ, ବାପି ସର୍ଖେଲ ୨୦୧୪ ଓ ୨୦୧୯ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ହାରିଯାଇଥିଲେ । କିନ୍ତୁ ଦ୍ୱିତୀୟ ସର୍ବାଧିକ ଭୋଟ ୪୪ ଓ ୪୮ ହଜାର ପାଇଥିଲେ। ୨୦୨୦ ପରଠାରୁ ସେ ଆଉ କଂଗ୍ରେସ ଦଳର ଚିହ୍ନ ବ୍ୟବହାର କରୁ ନ ଥିଲେ। କିଛି ଦିନ ତଳେ ସର୍ଖେଲଙ୍କ ସ୍ତ୍ରୀ ମୋନିଦୀପା ବିଜେଡିରେ ଯୋଗ ଦେଇଥିଲେ ।

Comments are closed.